Image Courtesy of Zee News
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମାଗଣା କରୋନାଭାଇରସ୍ ଟିକା ଯୋଗାଇ ଦେବାକୁ ବିଜେପି ତା’ର ନିର୍ବାଚନୀ ଇସ୍ତାହାରେ ଦେଇଥିବା ପ୍ରତିଶ୍ରୁତି ଆଚରଣ ବିଧି ଉଲ୍ଲଂଘନ ନୁହେଁ ବୋଲି ନିର୍ବାଚନ କମିସନ କହିଛି।
ସୂଚନା ଅଧିକାର କର୍ମୀ ସାକେତ ଗୋଖଲେ ଦାଏର କରିଥିବା ଅଭିଯୋଗର ଉତ୍ତର ଦେଇ ନିର୍ବାଚନ କମିସନ୍ ଏଭଳି କହିଛି। ନିର୍ବାଚନ କମିସନ୍ କହିଛି, ଏହାଦ୍ବାରା ଆଦର୍ଶ ଆଚରଣ ବିଧିରେ ଥିବା କୌଣସି ବ୍ୟବସ୍ଥା ଉଲ୍ଲଂଘନ ହେଉନାହିଁ।
Image Courtesy of Deccan Heraldପ୍ରସଙ୍ଗକୁ ଆହୁରି ସ୍ପଷ୍ଟ କରିବାକୁ ନିର୍ବାଚନ କମିସନ ଆଦର୍ଶ ଆଚରଣବିଧିର ଅଷ୍ଟମ ଭାଗରେ ନିର୍ବାଚନ ଇସ୍ତାହାର ନିମନ୍ତେ ଉଦ୍ଦିଷ୍ଟ କେତୋଟି ମାର୍ଗଦର୍ଶିକାର ଦୃଷ୍ଟାନ୍ତ ଦେଇଥିଲେ। ଇସ୍ତାହାରରେ ବିଜେପି ଦେଇଥିବା ମାଗଣା ଟିକା ପ୍ରତିଶ୍ରୁତି ଏ ସବୁକୁ ଉଲ୍ଲଂଘନ କରୁନାହିଁ ବୋଲି କମିସନ ମତ ଦେଇଛି।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଅକ୍ଟୋବର ୨୨ ତାରିଖ ଦିନ ପାଟନାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦଳର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଥିଲେ। କୋଭିଡ୍-୧୯ ଟିକା ‘ଆଇଏମ୍ସିଆର୍’ ଅନୁମୋଦନ ପାଇବା ପରେ ବିହାରବାସୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ଏହି ଇସ୍ତାହାରରେ ଉଲ୍ଲେଖ ଥିଲା। ଶାସକ ଦଳ ମହାମାରୀକୁ ରାଜନୈତିକ ଫାଇଦା ନିମନ୍ତେ ବ୍ୟବହାର କରୁଛି ବୋଲି ଅଭିଯୋଗ କରି ବିରୋଧୀ ଦଳମାନେ ବିଜେପିକୁ ସମାଲୋଚନା କରିଥିଲେ।
Follow Us