ନିତିଶ ସରକାରଙ୍କ ବିରୋଧରେ ବୁଧବାର ରାତି ୯ଟାରେ ଲଣ୍ଠନ ଜଳାଇ ପ୍ରତିବାଦ କରିବ ଆରଜେଡି

୧୧୯ ଆସନରେ ଜିତିଥିବା ଦାବି କଲା ଆର୍‌ଜେଡି

ପାଟନା : ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାବେଳେ ରାଜ୍ୟରେ ନିର୍ବାଚନ ବାତାବରଣ ଗରମ ହେବାରେ ଲାଗିଛି । କେନ୍ଦ୍ର ଓ ବିହାରରେ ଶାସନରେ ଥିବା ଏନଡିଏ ସରକାରଙ୍କ ଉପରେ ବିରୋଧୀମାନେ ଟାର୍ଗେଟ କରିବା ଆରମ୍ଭ କରିଦେଇଛି । ରାଜ୍ୟ ଓ ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଓ ବଢିଚାଲିଥିବା ବେରୋଜଗାରୀକୁ ନେଇ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ପକ୍ଷରୁ ଏନଡିଏ ସରକାରଙ୍କୁ ଦାୟୀ କରାଯାଇଛି ।

ନିଜର ବିରୋଧ ପ୍ରଦର୍ଶନ କରିବାକୁ ଦଳର ନେତା ତେଜସ୍ୱୀ ଯାଦବ ଏକ ଅଭିନବ ପନ୍ଥା ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ଆର୍ଥିକ ମାନ୍ଦାବସ୍ଥା ଓ ବଢିଚାଲିଥିବା ବେକାରୀ ସମସ୍ୟା, ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିର ଘରୋଇକରଣ, ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଇବାରେ ନିତିଶ ସରକାରଙ୍କ ବିଫଳତା ବିରୋଧରେ ପ୍ରତିବାଦ ଜଣାଇବାକୁ ବିହାରବାସୀ ବୁଧବାର ରାତି ୯ଟା ସମୟରେ ୯ ମିନିଟ ପାଇଁ ଲଣ୍ଠନ, ଦୀପ ବା ମହମବତୀ ଜାଳନ୍ତୁ ।

ସେ କହିଛନ୍ତି ଯେ ସେ ଓ ତାଙ୍କ ମା’ ରାବରୀ ଦେବୀ ରାତି ୯ଟା ସମୟରେ ରାଜ୍ୟର ବେରୋଜଗାର ଯୁବକ ଯୁବତୀମାନଙ୍କୁ ସମବେଦନା ଜଣାଇ, ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣକୁ ପ୍ରତିବାଦ କରି ଲଣ୍ଠନ ଜଳାଇବେ।

ସେ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସିବା ପରେ ରାଜ୍ୟର ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe