ବିହାର ବିଧାନସଭା ନିର୍ବାଚନ ୨୦୨୫: ନୀତୀଶ-ଶାହ ବୈଠକରେ ଆସନ ବଣ୍ଟନ ଆଲୋଚନା

ଆଗାମୀ ବିହାର ବିଧାନସଭା ନିର୍ବାଚନ-୨୦୨୫ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ମଧ୍ୟରେ ଆସନ ବଣ୍ଟନ  ଆଲୋଚନା ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଛି।   ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାର ପାଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ....

sfsffxcxc

ପାଟଣା: ଆଗାମୀ ବିହାର ବିଧାନସଭା ନିର୍ବାଚନ-୨୦୨୫ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ମଧ୍ୟରେ ଆସନ ବଣ୍ଟନ  ଆଲୋଚନା ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଛି।   ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାର ପାଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ୨୪୩ ବିଧାନସଭା ଆସନ ବଣ୍ଟନ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି। ବିଜେପି ପକ୍ଷରୁ ଏହାକୁ ‘ସୌଜନ୍ୟମୂଳକ ସାକ୍ଷାତ’ ବୋଲି କୁହାଯାଉଥିବା ବେଳେ, ଏନ୍‌ଡିଏର ଆସନ ବଣ୍ଟନ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡ଼ିଛି।

୨୦୨୪ରେ ନୀତୀଶ ବିଜେପି ସମର୍ଥନରେ ଏନ୍‌ଡିଏକୁ ଫେରି ସରକାର ଗଠନ କରିଥିଲେ। ଏହା ପରେ ପାଟଣାରେ ଅମିତ ଶାହଙ୍କ ସହ ତାଙ୍କର ପ୍ରଥମ ବୈଠକ। ନିର୍ବାଚନ କମିସନ ଅକ୍ଟୋବର ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା କରିବେ। ନଭେମ୍ବର ମଧ୍ୟଭାଗ ସୁଦ୍ଧା ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ସୂଚନାଯୋଗ୍ୟ, ନୂଆ ବିଧାନସଭା ୨୨ ନଭେମ୍ବର ସୁଦ୍ଧା ଗଠନ ହେବା ଆବଶ୍ୟକ।
ଏନ୍‌ଡିଏର ପ୍ରମୁଖ ସହଯୋଗୀ ଜେଡିୟୁ ଓ ବିଜେପି ଆସନ ବଣ୍ଟନରେ ମୁଖ୍ୟ ଭାଗ ପାଇବେ। ଜେଡିୟୁ ପ୍ରାୟ ୧୦୧ ଓ ବିଜେପି ୧୦୦ ଆସନରେ ଲଢ଼ିବ ବୋଲି ଅନୁମାନ କରାଯାଉଛି। ଏହା ପରେ ବାକି ୪୨ ଆସନ ତିନି ଛୋଟ ସହଯୋଗୀଙ୍କ ମଧ୍ୟରେ ବଣ୍ଟନ ହେବ। ଚିରାଗ ପାଶୱାନଙ୍କ ଏଲ୍‌ଜେପି (ରାମବିଳାସ) ଓ ଜିତନ ରାମ ମାଂଝୀଙ୍କ ହାମ୍  ୪୦ ଆସନ ଦାବି କରୁଛନ୍ତି, କିନ୍ତୁ ସେମାନଙ୍କୁ ଯଥାକ୍ରମେ ୨୦ ଓ ୧୫ ଆସନ ମିଳିପାରେ। ଉପେନ୍ଦ୍ର କୁଶୱାହାଙ୍କ ଆର୍‌ଏଲ୍‌ଏମ୍‌କୁ ୭ ଆସନ ମିଳିବ। ଏନ୍‌ଡିଏର ଜଣେ ବରିଷ୍ଠ ନେତା କହିଛନ୍ତି, ‘ଚିରାଗଙ୍କୁ ୨୦, ମାଂଝୀଙ୍କୁ ୧୫ ଓ କୁଶୱାହାଙ୍କୁ ୭ ଆସନ ମିଳିପାରେ। ବାକି ୨୦୧ ଆସନ ଜେଡିୟୁ ଓ ବିଜେପି ମଧ୍ୟରେ ବଣ୍ଟନ ହେବ। ଅମିତ ଶାହ  ଏ ବାବଦରେ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe