ବିହାର ବିଧାନସଭା ନିର୍ବାଚନ : ୧୨ ର‍୍ୟାଲିରେ ଉଦ୍‌ବୋଧନ ଦେବେ ମୋଦୀ

Advertisment

ନୀତୀଶ ବି ଯୋଗ ଦେବେ

ନୀତୀଶ ବି ଯୋଗ ଦେବେ

‘ପ୍ରଧାନମନ୍ତ୍ରୀ ମୋଦୀ ପରିବର୍ତ୍ତନର ମୁଖିଆ’

Image Courtesy of SME Street

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ଅଛି। ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୩ ତାରିଖରୁ ବିହାର ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୋଦୀ ସାସାରାମ୍‌ର ଦେହରିରେ ଏକ ର‍୍ୟାଲି କରିବେ। ବିହାରରେ ମୋଟ୍‌ ୧୨ଟି ର‍୍ୟାଲି କରିବେ ‌ମୋଦୀ। ବିହାରର ସମସ୍ତିପୁର ଉପରେ ବିଜେପିର ଫୋକସ୍‌ ଥିବାବେ‌ଳେ ସମସ୍ତିପୁର୍‌ରେ ମଧ୍ୟ ମୋଦୀ ର‍୍ୟାଲି କରିବେ।

ସମସ୍ତିପୁରରେ ଏଲ୍‌ଜେପିର ଦଖଲ ରହିଛି। ତେଣୁ ଜେଡିୟୁ ସମସ୍ତିପୁରରେ ‌ଏଲ୍‌ଜେପିର ପ୍ରଭାବ କମାଇବାପାଇଁ ୧୨ଟି ର‍୍ୟାଲି କରିବ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ର‍୍ୟାଲିରେ ମୋଦୀଙ୍କ ସହ ଯୋଗ ଦେବେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଦେବେଶ କୁମାରଙ୍କ କହିବା ଅନୁଯାୟୀ ଅକ୍ଟୋବର ୨୩ ତାରିଖରେ ମୋଦୀ ୩ଟି ରୢାଲି କରିବେ। ଗୟା , ଭାଗଲପୁର ଏବଂ ସାସାରାମ୍‌ରେ ମୋଦୀ ର‍୍ୟାଲି କରିବେ। ଅକ୍ଟୋବର ୨୮ ତାରିଖରେ ମୋଦୀ ଦରଭଙ୍ଗା, ମୁଜାଫରପୁର ଏବଂ ପାଟନାରେ ର‍୍ୟାଲି କରିବେ। ନଭେମ୍ବର ୧ରେ ମୋଦୀ ଛାପ୍ରା, ମୋତିହାରୀ, ସମସ୍ତିପୁରରେ ର‍୍ୟାଲି କରିବେ। ନଭେମ୍ବର ୩‌ରେ ଚମ୍ପାରନ୍‌, ସହର୍ସ ଏବଂ ଆରାରିଆରେ ର‍୍ୟାଲି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe