ବିହାର ବିଧାନସଭା ନିର୍ବାଚନ: ଆସନ ବୁଝାମଣା ପାଇଁ ନୀତୀଶ-ନଡ୍ଡା ଆଲୋଚନା

Advertisment

ବିହାର ଏନ୍‌ଡିଏରେ କମ୍ପନ ଆଣିଛି ଦିଗବିଜୟଙ୍କ ଆମନ୍ତ୍ରଣ

ବିହାର ଏନ୍‌ଡିଏରେ କମ୍ପନ ଆଣିଛି ଦିଗବିଜୟଙ୍କ ଆମନ୍ତ୍ରଣ

ବିହାର ବିଧାନସଭା ନିର୍ବାଚନ: ଆସନ ବୁଝାମଣା ପାଇଁ ନୀତୀଶ-ନଡ୍ଡା ଆଲୋଚନା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ବିହାର ବିଧାନସଭା ନିର୍ବାଚନ ଲଢ଼ାଯିବ। ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଆଜି ନୀତୀଶଙ୍କ ସହ ଆସନା ବୁଝାମଣା ନେଇ କଥାବାର୍ତ୍ତା କରିବା ପରେ ଏହା କହିଛନ୍ତି। ରାମ ବିଳାସ ପାଶ୍ବାନ୍‌ଙ୍କ ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି) ଏବଂ ନୀତୀଶଙ୍କ ନେତୃତ୍ବାଧୀନ ଜେଡିୟୁ (ଜନତା ଦଳ ୟୁନାଇଟେଡ୍‌) ମଧ୍ୟରେ ଏକ ପ୍ରକାର କନ୍ଦଳ ଲାଗି ରହିଥିବା‌ବେଳେ ଆଜି ନଡ୍ଡା ନୀତୀଶଙ୍କ ନେତୃତ୍ବରେ ହିଁ ନିର୍ବା‌ଚନ ଲଢ଼ାଯିବ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଜେଡିୟୁ ଏବଂ ଏଲ୍‌ଜେପି ମଧ୍ୟରେ ଥିବା ବିଭେଦ ଦୂର କରିବାକୁ ଚେଷ୍ଟା‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜେ ପି ନଡ୍ଡା ଏବେ ୨ ଦିନିଆ ବିହାର ଗସ୍ତରେ ଅଛନ୍ତି। ନଡ୍ଡା ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ବାସଭବନରେ ଆସନ ବୁଝାମଣା ନେଇ କଥାବାର୍ତ୍ତା କରିଛନ୍ତି। ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏର ମେଣ୍ଟ ସହଯୋଗୀ ମାନଙ୍କ ମଧ୍ୟରେ କିଭଳି ଆସନ ବୁଝାମଣା ହେବ ସେନେଇ ଆଜିର ବୈଠକରେ ଆଲୋଚନା ହୋଇଛି। ବୈଠକରେ ମହ‌‌ାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ, ବିଜେପି ଜାତୀୟ ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଉପସ୍ଥିତ ଥିଲେ। ବିହାରରେ ବିଜେପିର ନିର୍ବାଚନୀ ପ୍ରଚାର ପରିଚାଳନା କରୁଛନ୍ତି ଫଡ଼ନାବିସ। ଚଳିତ ନିର୍ବାଚନ‌ରେ ବିଜେପି ଅଧିକ ଆସନରେ ନିର୍ବା‌ଚନ ଲଢ଼ିବ ବୋଲି କୁ‌ହାଯାଉଛି। ଖୁବ୍‌ ଶୀଘ୍ର କେଉଁ ଦଳକୁ କେତେ ଆସନ ମିଳିବ ତାହା ଘୋଷଣା କରାଯିବ। ଅକ୍ଟୋବର-ନଭେମ୍ବରରେ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବ‌ାଚନ ହେବ।

ବିହାର ଏନ୍‌ଡିଏରେ କମ୍ପନ ଆଣିଛି ଦିଗବିଜୟଙ୍କ ଆମନ୍ତ୍ରଣ
ପାଟନା: ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏ ଏବେ କିଂକର୍ତ୍ତବ୍ୟବିମୂଢ଼ ସ୍ଥିତିରେ ପଡ଼ିଛି। ଜେଡିୟୁର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଏଲ୍‌ଜେପିକୁ କଂଗ୍ରେସ-ଆର୍‌ଜେଡି ମେଣ୍ଟରେ ମିଶିବା ପାଇଁ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ କରିଥିବା ଆହ୍ବାନ ଏବେ ବିହାର ରାଜନୀତିରେ ହଟଚମଟ ଆଣିଛି। ସହଯୋଗୀମାନଙ୍କ ମଧ୍ୟରେ ମେଣ୍ଟ ତାଳମେଳ ବଜାୟ ରଖିବା ପାଇଁ ବଡ଼ଭାଇ ବିଜେପି ଚିନ୍ତାରେ ପଡ଼ିଥିବା ବେଳେ କଂଗ୍ରେସର ଆମନ୍ତ୍ରଣକୁ ପାଶ୍ବାନ ଏକ ମଉକା ଭାବେ ବିଚାର କରିବା କିଛି ବିଚିତ୍ର ନୁହେଁ । ପାଶ୍ବାନଙ୍କ ପୁଅ ତଥା ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାଶ୍ବାନ କ୍ରମାଗତ ଭାବେ ବିଭିନ୍ନ ପ୍ରସଙ୍ଗରେ ନୀତୀଶ କୁମାରଙ୍କୁ ସମାଲୋଚନା କରିଚାଲିଥିଲା ବେଳେ ନିଜର ଭବିଷ୍ୟତକୁ ଅଧିକ ଉଜ୍ଜ୍ବଳ କରିବାକୁ ସେ କଂଗ୍ରେସ-ଆର୍‌ଜେଡି ମେଣ୍ଟରେ ସାମିଲ ହେବାକୁ ପସନ୍ଦ କରିପାରନ୍ତି। କାରଣ ଆର୍‌ଜେଡିର ତେଜସ୍ବୀ ଯାଦବ ଅପେକ୍ଷା ଚିରାଗ ହିଁ ଯୁବପିଢ଼ିର ଅଧିକ ପସନ୍ଦ ଥିବାରୁ ଏହି ମେଣ୍ଟ ଜିତିଲେ ଚିରାଗ ଉପମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖିବା କିଛି ଅସ୍ବାଭାବିକ ନୁହେଁ। ବିଶେଷ କରି ବ୍ରାହ୍ମଣ-ବଣିଆଙ୍କ ଛାପ ଥିବା ବିଜେପି ନିଜକୁ ଦଳିତପ୍ରିୟ ବୋଲି ପ୍ରମାଣ କରି ଚାଲିଥିବାରୁ ଦଳିତଙ୍କର ଦଳ ଏଲ୍‌ଜେପିକୁ କେବେ ବି ହାତଛଡ଼ା କରିବାକୁ ଚାହିଁବନି। ଏ ସ୍ଥିତିରେ ସହଯୋଗୀ ଦଳଗୁଡ଼ିକୁ ସନ୍ତୁଷ୍ଟ କରିବା ପାଇଁ କେମିତି ଆସନ ବୁଝାମଣା କରାଯିବ, ତାହା ହିଁ ବିଜେପି ପାଇଁ ଆହ୍ବାନ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe