ବିହାର ନିର୍ବାଚନ: ଉପମୁଖ୍ୟମନ୍ତ୍ରୀ ଲାଇନରେ ଠିଆ ନହୋଇ ଆଗ ମତଦାନ କରିବାରୁ ଅସନ୍ତୋଷ ପ୍ରକାଶ କଲେ ମତଦାତା

ବିହାର ନିର୍ବାଚନ: ଉପମୁଖ୍ୟମନ୍ତ୍ରୀ ଲାଇନରେ ଠିଆ ନହୋଇ ଆଗ ମତଦାନ କରିବାରୁ ଅସନ୍ତୋଷ ପ୍ରକାଶ କଲେ ମତଦାତା

aajtak

ପାଟନା: ବିହାର ବିଧାନସଭା ନିର୍ବାଚନରେ ​​ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ କରାଯାଉଛି। ମତଦାନ ଆରମ୍ଭ ହୋଇସାରିଥିବା ବେଳେ ସକାଳେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ମଧ୍ୟ ପାଟନାରେ ଭୋଟ୍ ଦେବାକୁ ଆସିଥିଲେ। ହେଲେ ସେ ତୁରନ୍ତ ଆସି ମତଦାନ କରି ଫେରିଥିବାରୁ ସେଠାରେ ମତଦାନ ପାଇଁ ଘଣ୍ଟା ଘଣ୍ଟା ହେଲା ଅପେକ୍ଷା କରିଥିବା ମତଦାତା ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ପାଟଣାର ସେଣ୍ଟ ଜୋସେଫ ହାଇସ୍କୁଲରେ ଭୋଟ୍ ଦେଇଥିଲେ। ସକାଳ ୭ଟାରୁ ଏଠାରେ ମତଦାନ ଆରମ୍ଭ ହୋଇଥିଲା, କିନ୍ତୁ ଲୋକମାନେ ସକାଳ ପ୍ରାୟ ୬ଟା ୩୦ରୁ ମତଦାନ ପାଇଁ ଲାଇନରେ ଲାଗିଥିଲେ। ୬.୩୦ରୁ ଲାଇନରେ ଲାଗିଥିଲେ ମଧ୍ୟ ସେମାନଙ୍କୁ ପ୍ରଥମେ ପ୍ରାଥମିକତା ଦିଆନଯାଇ ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରାଥମିକତା ଦିଆଯାଇଥିବାରୁ ମତଦାତାମାନେ ବିରକ୍ତି ପ୍ରକାଶ କରିଛନ୍ତି।

publive-image indiatoday

ଲାଇନରେ ଠିଆ ହୋଇଥିବା ଜଣେ ଡାକ୍ତର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆମେ ଦୀର୍ଘ ସମୟ ଧରି ଲାଇନରେ ଠିଆ ହୋଇଛୁ। କିନ୍ତୁ ଉପମୁଖ୍ୟମନ୍ତ୍ରୀଙ୍କୁ ଆଗ ମତଦାନ କରିବାକୁ ଦିଆଗଲା। ଆମେ କଣ କରିବୁ, ଏହା ଏକ ଭିଆଇପି ସିଣ୍ଡ୍ରୋମ | ସାମାଜିକ ଦୂରତା ଏଠାରେ ଅନୁସରଣ କରାଯାଉନାହିଁ | ତେବେ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଲାଇନରେ ଠିଆ ହୋଇନଥିବା ବେଳେ ଏ‌ଲଜେପି ମୁଖ୍ୟ ଚିରାଗ ପାଶୱାନ ଲାଇନରେ ଠିଆ ହୋଇ ମତଦାନ କରିଥିବା ଦେଖାଯାଇଛି।

publive-image aajtak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe