ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି କଲା ପ୍ରାର୍ଥୀ ଘୋଷଣା । ବିହାର ଲଢେଇ ପାଇଁ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ୭୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ବିହାର ପାଇଁ ୨ଟି ପର୍ଯ୍ୟାୟରେ ଭୋଟ ପଡିବାକୁ ଥିବାବେଳେ ନଭେମ୍ବର ୬ ଏବଂ ନଭେମ୍ବର ୧୧ରେ ନିର୍ବାଚନ ହେବ । ଆଉ ନଭେମ୍ବର ୧୪ରେ ରେଜଲ୍ଟ ବାହାରିବ । ତେଣୁ ହାତରେ ଆଉ ଅଳ୍ପ ସମୟ ଥିବାରୁ ବିଜେପି ତାର ପ୍ରଥମ ପର୍ଯ୍ୟାୟ ଯୋଦ୍ଧା ଘୋଷଣା କରିଛି ।
ତେବେ ଘୋଷଣା ହେଇଥିବା ତାଲିକାରେ ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର ସିଟରୁ ଟିକେଟ୍ ଦେଇଛି ବିଜେପି । ସେହିପରି ରାମ କୃପାଳ ଯାଦବଙ୍କୁ ଦଳ ଦାନାପୁର ଆସନରୁ ପ୍ରାର୍ଥୀ କରିଛି । ପ୍ରଥମ ପର୍ଯ୍ଯାୟରେ ଭୋଜପୁରୀ ଅଭିନେତା ପବନ ସିଂହ ଏବଂ ସିଙ୍ଗର ମୈଥୀଲି ଛାକୁରଙ୍କ ନାଁ ନାହିଁ ।
/filters:format(webp)/sambad/media/media_files/2025/10/14/screenshot-2025-10-14-152257-2025-10-14-15-45-21.jpg)
ଦୀର୍ଘ ଦିନ ହେଲା ବିହାରରେ ଏନଡିଏ ମେଣ୍ଟ ଭିତରେ ସିଟ୍ ବୁଝାମଣାକୁ ନେଇ ଅଙ୍କ ଛିଣ୍ଡିପାରୁନଥିଲା । ହେଲେ ଶେଷରେ ଏନଡିଏର ସହଯୋଗୀ ଦଳମାନଙ୍କ ଭିତରେ ସିଟ୍ ବୁଝାମଣା ହୋଇଥିଲା । ନିଷ୍ପତ୍ତି ମୁତାବକ ଏଥର ବିଜେପି ଏବଂ ଜେଡିୟୁ ୧୦୧ ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ବୋଲି ଧାର୍ଯ୍ୟ ହୋଇଥିଲା । ଏହାସହ ଏଲଜେପି (ଆର୍) ୨୯ଟି ଆସନରେ ନିର୍ବାଚନ ଲଢ଼ିବ । ସେହିପରି ହାମ୍ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୬ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ।
Follow Us