ବିହାର ବିଧାନସଭାରେ ଏନଆରସି ବିରୋଧରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ, ଏପରି କରିବାରେ ପ୍ରଥମ ଏନ୍‌ଡିିଏ ଶାସିତ ରାଜ୍ୟ

ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ନିତିଶ କୁମାର, କାରଣ ଜାଣନ୍ତୁ

(Photo | PTI)

ପାଟନା: ମଙ୍ଗଳବାର ବିହାର ବିଧାନସଭାରେ ଜାତୀୟ ନାଗରିକତା ପଞ୍ଜିକା (ଏନଆରସି ) ବିରୋଧରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ବିହାରରେ ଏନଆରସି ଲାଗୁ ହେବ ନାହିଁ ବୋଲି ଏହି ପ୍ରସ୍ତାବ ଜରିଆରେ ନିଷ୍ପତ୍ତି ହୋଇଛି। ଏଭଳି ପ୍ରସ୍ତାବ ଗ୍ରହଣ  କରିବାରେ ଏନ୍‌ଡିିଏ ଶାସିତ ରାଜ୍ୟଗୁଡ଼ିକ ମଧ୍ୟରୁ ବିହାର ହେଉଛି ପ୍ରଥମ। ରାଜ୍ୟ ବିଧାନସଭାରେ ଅନ୍ୟ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। ଏହା ମାଧ୍ୟମରେ ୨୦୧୦ ମସିହାରୁ ଚାଲି ଆସୁଥିବା ପୁରୁଣା ଢାଞ୍ଚାର ନେସ୍‌ନାଲ୍‌ ପପୁଲେସନ୍‌ ରେଜିଷ୍ଟର୍‌(ଏନ୍‌ପିଆର୍‌)କୁ  କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ହୋଇଛି।

ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏନ୍‌ପିଆର୍‌କୁ  ବିରୋଧ କରିବା  ପରେ ଏପରି ଏକ ପ୍ରସ୍ତାବ ପାରିତ ହୋଇଛି। ବିଧାନସଭାରେ ପ୍ରସ୍ତାବ ଆଣି ସେ ଆହୁରି ସୂଚନା ଦେଇଛନ୍ତି ଯେ ବିହାର ସରକାର ନୂଆ ଏନ୍‌ପିଆର୍‌ରୁ କିଛି ଆପତ୍ତିଜନକ ଧାରାକୁ ଉଠାଇ ଦେବା ପାଇଁ କେନ୍ଦ୍ରକୁ ଲିଖିତ ଆକାରରେ ଜଣାଇଛନ୍ତି।

ଦ୍ବନ୍ଦ୍ବ ଦୂର କରିବାରୁ ଯାଇ ନିତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ମସିହା ଡିସେମ୍ବର ୨୨ ତାରିଖରେ ଦେଇଥିବା ଭାଷଣକୁ ମଧ୍ୟ ପଢ଼ିଛନ୍ତି। ସେ ସମୟରେ ମୋଦୀ ଦେଶରେ ପ୍ୟାନ୍‌-ଇଣ୍ଡିଆ ଏନ୍‌ଆର୍‌ସି ଲାଗୁ କରିବାକୁ ସ୍ପଷ୍ଟ ଭାବେ ମନା କରିଥିଲେ।

ନିତିଶ କୁମାର ଆହୁରି ବି କହିଛନ୍ତି ଯେ ଏନ୍‌ପିଆର୍‌ରେ କିନ୍ନରମାନଙ୍କୁ ସାମିଲ୍‌ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି। ଏହାବ୍ୟତୀତ ଏହି ପ୍ରସ୍ତାବକୁ  ବିହାର ବିଜେପିର ତୁଙ୍ଗ ନେତା ତଥା ଉପମୁଖ୍ୟମନ୍ତ୍ରୀ ସୁଶିଲ୍ ମୋଦୀ ମଧ୍ୟ ବିଧାନସଭାରେ ସମର୍ଥନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe