୧୨ବର୍ଷ ବୟସରେ ଆଇଆଇଟି ପ୍ରବେଶିକାରେ ସଫଳ ହେବାପରେ ବିଦେଶରେ ଚମକୁଛନ୍ତି ଚାଷୀ ପୁଅ

୧୨ବର୍ଷ ବୟସରେ ଆଇଆଇଟି ପ୍ରବେଶିକାରେ ସଫଳ ହେବାପରେ ବିଦେଶରେ ଚମକୁଛନ୍ତି ଚାଷୀ ପୁଅ

ନୂଆଦିଲ୍ଲୀ: ବିହାରର ଭୋଜପୁରର ବଖୋରାପୁର ଗ୍ରାମର ଜଣେ ଚାଷୀଙ୍କ ପୁଅ ଚର୍ଚ୍ଚାରେ ରହିଛନ୍ତି। ଏହି ଚା‌ଷୀଙ୍କ ନାମ ସିଦ୍ଧନାଥ ସିଂହ। ସିଂହଙ୍କ ପୁଅ ସତ୍ୟମ ମାତ୍ର ୧୨ବର୍ଷ ବୟସରେ ଆଇଆଇଟି କ୍ରାକ କରିଛନ୍ତି। ଏଥିସହିତ ଆମେରିକାର ‌ଟେକ୍ସସ ୟୁନିଭର୍ସିଟି ଓ ଆପଲ ଭଳି ନାମୀଦାମୀ କମ୍ପାନିରେ ନିଜର ପ୍ରତିଭା ପ୍ରଦର୍ଶନ କରି ସାରିଛନ୍ତି ସତ୍ୟମ ସିଂହ।

ସତ୍ୟମ କୁମାରଙ୍କ ସଫଳତାର କାହାଣୀ ୧୨ବର୍ଷ ବୟସରୁ ହିଁ ଆରମ୍ଭ ହୋଇଯାଇଥିଲା। ସେ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ରହିବା ସହିତ ଶିକ୍ଷକ ଓ ଶିଓୟିତ୍ରୀମାନେ ବି ତାଙ୍କ ସରଳ ସ୍ବଭାବକୁ ଖୁବ ପ୍ରଶଂସା କରୁଥିଲେ। ପାଠପଢ଼ା ପ୍ରତି ରୁଚିକୁ ଦେଖି ଜଣେ ବ୍ୟକ୍ତି ପରାମର୍ଶ କ୍ରମେ ସତ୍ୟମ କୋଟା ଚାଲିଯାଇଥିଲେ।

publive-image

ଏହାପରେ ସତ୍ୟମ ମାତ୍ର ୧୨ବର୍ଷ ବୟସରେ ଆଇଆଇଟିର ପ୍ରବେଶିକା ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥି‌ଲେ। କେବଳ ଏତିକି ନୁହେଁ ସେ ଆଇଆଇଟି କାନପୁରରୁ ବିଟେକ ଓ ଏମଟେକ ବି ଶେଷ କରିଛନ୍ତି। ଏହାପରେ ସତ୍ୟମ ଆମେରିକା ଚାଲି ଯାଇଥିଲେ। ସେଠାରେ ୟୁନିଭର୍ସିଟି ଅଫ ଟେକ୍ସସରୁ ବ୍ରେନ କମ୍ପ୍ୟୁଟରରେ ପିଏଚଡି କରିବା ଆରମ୍ଭ କରିଛନ୍ତି।

ସତ୍ୟମଙ୍କ ଆମେରିକା ଯିବାର ଯାତ୍ରା ଏତେ ସହଜ ନଥିଲା। ଏହି ଯାତ୍ରା ସମୟରେ ତାଙ୍କୁ ଓ ତାଙ୍କ ପରିବ‌ାରକୁ ଅନେକ ସଂଘର୍ଷ ଦେଇ ଗତି କରିବାକୁ ପଡ଼ିଛି। ପୁଅର ପାଠପଢ଼ିବା ପାଇଁ ଅର୍ଥ ବାଧକ ସାଜି ଥିବାରୁ ବାପାଙ୍କୁ ଘର, ଜମି, ଗହଣା ସବୁକିଛି ବନ୍ଧା ରଖିବାକୁ ପଡ଼ିଥିଲା।

ଏସବୁ ଭିତରେ ସତ୍ୟମ ସ୍କଲାରସିପ ପାଇଯାଥିଲେ। ଯାହାଫଳରେ ତାଙ୍କୁ ପାଠପଢ଼ିବାରେ ସୁବିଧା ହୋଇଯାଇଥିଲା। ସେ ଏବେ ଆମେରିକାରେ ନିଜର ପିଏଚଡି ପାଠପଢ଼ା ଜାରି ରଖିଛନ୍ତି। ସତ୍ୟମଙ୍କ ଏହି ସଫଳତା ପାଇଁ ପୂରା ଗାଁ ଗର୍ବ ଅନୁଭବ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe