ସରକାରୀ ବାସଭବନରୁ ଟ୍ୟାପ୍, ସୋଫା, ଏସି ଚୋରି କଲେ ତେଜସ୍ବୀ ଯାଦବ !

ଉପମୁଖ୍ୟମନ୍ତ୍ରୀ ପଦ ହାତରୁ ଯିବା ପରେ ରବିବାର ସରକାରୀ ବାସଭବନ ଖାଲି କରିଥିଲେ ତେଜସ୍ବୀ ଯାଦବ। ଘର ଖାଲି କରିବା ପୂର୍ବରୁ ତେଜସ୍ବୀ ଅନେକ ଜରୁରୀ ଜିନିଷ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

teju

ପାଟନା: ଉପମୁଖ୍ୟମନ୍ତ୍ରୀ ପଦ ହାତରୁ ଯିବା ପରେ ରବିବାର ସରକାରୀ ବାସଭବନ ଖାଲି କରିଥିଲେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ। ଘର ଖାଲି କରିବା ପୂର୍ବରୁ ତେଜସ୍ବୀ ଅନେକ ଜରୁରୀ ଜିନିଷ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ତେଜସ୍ବୀ ସରକାରୀ ବାସଭବନରୁ ଟ୍ୟାପ୍, ସୋଫା, ଏସି ଚୋରି କରିଥିବା ଅଭିଯୋଗ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବ୍ୟକ୍ତିଗତ ସଚିବ ଶତ୍ରୁଧନ କୁମାର ।

ବିଜେପି ଅଭିଯୋଗ କରିଛି ଯେ, ତେଜସ୍ୱୀ ଯାଦବ ବଙ୍ଗଳା ଖାଲି କଲେ ସତ, କିନ୍ତୁ ସେଠାରୁ ଅନେକ ଜିନିଷ ଚୋରି କରି ନେଲେ। ତେଜସ୍ବୀ ରହୁଥିବା ବାସଭବନରୁ ଟ୍ୟାପ୍, ଏସି, ବେସିନ୍, ହାଇଡ୍ରୋଲିକ୍ ବେଡ୍, ଆରଓ ଭଳି ଅନେକ ଜିନିଷ ଉଭାନ ହୋଇଯାଇଛି। ତେଜସ୍ୱୀ ଏସବୁକୁ ନିଜ ସହିତ ନେଇଯାଇଛନ୍ତି |

ଏହି ପ୍ରସଙ୍ଗରେ ଜେଡିୟୁ ମୁଖ୍ୟ ମୁଖପାତ୍ର ନୀରଜ କୁମାର କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ତେଜସ୍ୱୀଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଗୁରୁତର ସହ ନେବା ଉଚିତ। ଏହା କି ପ୍ରକାର ରାଜନୈତିକ ସଂସ୍କୃତି । ସେ କିଭଳି ଏତେ ଜିନିଷ ସବୁ ନେଇ ଚାଲିଗଲେ। ସେ ସବୁ ସରକାରୀ ସମ୍ପତ୍ତି ।

ଉଲ୍ଲେଖଯୋଗ୍ୟ, ୨୦୨୨ ମସିହାରେ ନୀତୀଶ କୁମାର ଏନଡିଏରୁ ଅଲଗା ହୋଇ ମହାଗଠବନ୍ଧନ ସହିତ ସରକାର ଗଠନ କରିଥିଲେ। ଏହା ପରେ ତେଜସ୍ୱୀ ଯାଦବ ପୁନର୍ବାର ନୀତୀଶ କ୍ୟାବିନେଟରେ ଉପମୁଖ୍ୟମନ୍ତ୍ରୀ ପଦ ପାଇ ଏହି ବଙ୍ଗଳାରେ ରହିବା ଆରମ୍ଭ କରିଥିଲେ। ୧୭ମାସ ଧରି ଉପ-ମୁଖ୍ୟମନ୍ତ୍ରୀ ଭାବରେ ୫, ଦେଶ ରତ୍ନ ମାର୍ଗରେ ରହିବା ପରେ ଏବେ ତାଙ୍କୁ ଘର ଖାଲି କରିବାକୁ ପଡ଼ିଛି। ପଦ ହାତରୁ ଯିବା ସହ ସରକାରୀ ବାସଭବନ ବି ଚାଲିଯାଇଛି। ଏବେ ସେଠାରେ ସମ୍ରାଟ ଚୌଧୁରୀ ରହିବେ।

ଏ ଖବର ପଢ଼ନ୍ତୁ- https://sambad.in/india-and-beyond/rhea-chakraborty-elvish-yadav-bharti-singh-summoned-in-500-crore-mobile-hibox-app-scam-7288895

ଏ ଖବର ପଢ଼ନ୍ତୁ- https://sambad.in/entertainment/singham-again-trailer-out-7289038

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe