ଜେଲ ଦଣ୍ଡରୁ ମୁକ୍ତି ପାଇଁ ବିଜେପିକୁ ବିହାରରେ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ତେଜସ୍ବୀ !

ଜେଲ ଦଣ୍ଡରୁ ମୁକ୍ତି ପାଇଁ ବିଜେପିକୁ ବିହାରରେ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ତେଜସ୍ବୀ !

prabhatkhabar

ପଟନା: କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଜେପି ଛାଡ଼ି ଆରଜେଡିରେ ଯୋଗ ଦେବାକୁ ଚାହୁଁଥିଲେ ବୋଲି ଦାବି କରିଥିଲେ ବିହାରର ବିରୋଧୀ ଦଳ ଆରଜେଡିର ନେତା ତେଜସ୍ୱୀ ଯାଦବ। ତାଙ୍କର ଏଭଳି ଦାବି ପରେ ରାଜ୍ୟ ରାଜନୀତିରେ ଉତ୍ତେଜନା ଦେଖାଦେବାରୁ ବିହାର ବିଜେପିର ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲ ଏକ ବଡ଼ ଖୁଲାସା କରିଛନ୍ତି। ସଞ୍ଜୟ ଜୈସୱାଲ କହିଛନ୍ତି ଯେ ନିଜକୁ ଏବଂ ନିଜ ପରିବାରକୁ ଜେଲ ଯିବାରୁ ରକ୍ଷା କରିବା ପାଇଁ ବିହାରରେ ବିଜେପିକୁ ସରକାର ଗଠନ କରିବାରେ ସାହାଯ୍ୟ କରିବା ପାଇଁ ତେଜସ୍ୱୀ ଯାଦବ ପ୍ରସ୍ତୁତ ଥିଲେ।

ସଞ୍ଜୟ ଜୈସୱାଲ କହିଛନ୍ତି ଯେ ତେଜସ୍ୱୀ ଯାଦବ ନିତ୍ୟାନନ୍ଦ ରାୟଙ୍କୁ ତାଙ୍କ ଜୀବନରେ ମାତ୍ର ଥରେ ଭେଟିଛନ୍ତି। ଥରେ ଭେଟିବା ପରେ ଏଭଳି ଦାବି କରିବା ଭୁଲ। ଦିନେ ବିହାରରେ ସରକାର ଗଠନ ପାଇଁ ତେଜସ୍ୱୀ ବିଜେପିକୁ ସମର୍ଥନ କରିବାକୁ ପ୍ରସ୍ତୁତ ଥିଲେ। କାରଣ ସେ ନିଜ ସହ ନିଜ ପରିବାର ସଦସ୍ୟଙ୍କୁ ଜେଲ ଯିବାରୁ ରକ୍ଷା କରିବା ପାଇଁ ଚାହୁଁଥିଲେ। ହେଲେ ବିଜେପି ତେଜସ୍ୱୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ତେଜସ୍ୱୀ ଏବଂ ତାଙ୍କ ପରିବାରକୁ ଜେଲ ଯିବାକୁ ପଡ଼ିବ।

परिवार को जेल से बचाने के लिए तेजस्वी यादव ने बिहार में BJP को समर्थन का दिया था ऑफर: संजय जायसवाल livehindustan

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ପରିବାର ହଜାର ହଜାର କୋଟି ଟଙ୍କା ହେରଫେର କରିଛନ୍ତି। ସେମାନଙ୍କୁ ଯେମିତି ହେଲେ ବି ଜେଲ ଯିବାକୁ ହେବ।

ତେବେ କିଛି ଦିନ ତଳେ ତେଜସ୍ୱୀ ଯାଦବ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ହେବା ପୂର୍ବରୁ ନିତ୍ୟାନନ୍ଦ ତେଜସ୍ୱୀଙ୍କ ପାଖକୁ ଆସି ଆରଜେଡିରେ ଯୋଗଦେବା ବିଷୟରେ କହିଥିଲେ। ତେଜସ୍ୱୀ ଦାବି କରିଛନ୍ତି ଯେ ନିତ୍ୟାନନ୍ଦ ବିଜେପି ଛାଡି ଆରଜେଡିରେ ଯୋଗ ଦେବାକୁ ଚାହୁଁଥିଲେ। ନିତ୍ୟାନନ୍ଦ ରାୟ ମୋତେ କହିଥିଲେ ଯେ ସେ ବିଜେପିରେ ରହିବାକୁ ଆଉ ଇଚ୍ଛା କରୁନାହାଁନ୍ତି। ତେଜସ୍ୱୀଙ୍କ ଏହି ବିବୃତି ପରଠାରୁ ବିଜେପି ତାଙ୍କୁ ଟାର୍ଗେଟ କରିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe