Kashmir Glacier
ପାଟ୍ନା: କଥାରେ ଅଛି ଶୃଙ୍ଖଳାର କୌଣସି ବିକଳ୍ପ ନାହିଁ। ବେଳେ ବେଳେ ଅତ୍ୟଧିକ ଶୃଙ୍ଖଳାବୋଧ କାହାର ଜୀବନ ବି ଖରାପ କରି ଦେଇଥାଏ। ଏହାର ଏକ ସଦ୍ୟ ଉଦାହରଣ ଏବେ ବିହାରରେ ଦେଖିବାକୁ ମିଳିଛି। ବିହାରର ଦରଭଙ୍ଗାର ଜଣେ ଛାତ୍ରଙ୍କ ସହ ଘଟିଛି ଅତ୍ୟନ୍ତ ଦୁଃଖଦ ଘଟଣା। ନିଟ୍ ପରୀକ୍ଷା ଦେବାକୁ ୭୦୦ କିଲୋମିଟର୍ ବାଟ ଅତିକ୍ରମ କରି ଆସିବା ପରେ ମାତ୍ର ୧୦ ମିନିଟ୍ ବିଳମ୍ବ ହେତୁ ପରୀକ୍ଷା ସେଣ୍ଟର୍କୁ ପ୍ରବେଶ ମିଳି ନଥିବା ସନ୍ତୋଷ କୁମାର ଯାଦବଙ୍କ କାହାଣୀ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଏହି ୭୦୦ କିଲୋମିଟର ବାଟ ସନ୍ତୋଷ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଆସିଥିବା ସୂଚନା ରହିଛି।
ଖବର ଅନୁଯାୟୀ, ସନ୍ତୋଷ ନିଜର ନେସ୍ନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍) ପରୀକ୍ଷା ସେଣ୍ଟରରେ ହାଜର ହେବା ପାଇଁ ନିଜ ଜନ୍ମସ୍ଥାନରୁ କୋଲକାତାରେ ପହଞ୍ଚିବା ପାଇଁ ପ୍ରାୟ ୨୪ ଘଣ୍ଟା ଯାତ୍ରା କରିଥିଲେ। ଦୁର୍ଭାଗ୍ୟବଶତ ସେ ୧୦ ମିନିଟ୍ରେ ବିଳମ୍ବରେ ପହଞ୍ଚିବାରୁ ତାଙ୍କୁ ସଲ୍ଟ ଲେକର ଏକ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଦିଆଯାଇ ନଥିଲା।
DNA Indiaପରୀକ୍ଷା ଦେବାରେ ଅସମର୍ଥ ହୋଇଥିବା ସନ୍ତୋଷ କହନ୍ତି, ‘ମୁଁ କର୍ତ୍ତୃପକ୍ଷଙ୍କୁ ନିବେଦନ କଲି କିନ୍ତୁ ସେମାନେ ମୁଁ ୧୦ ମିନିଟ୍ ବିଳମ୍ବରେ ଆସିଛି ବୋଲି ଦର୍ଶାଇ ଭିତରକୁ ପ୍ରବେଶ କରାଇଲେ ନାହିଁ। ମୁଁ ଦିନ ପ୍ରାୟ ୧.୪୦ରେ ସେଣ୍ଟରରେ ପହଞ୍ଚିଲି। ସେଣ୍ଟର୍ ଭିତରେ ପ୍ରବେଶର ସମୟ ସୀମା ଥିଲା ୧.୩୦।’
ଉଲ୍ଲେଖଯୋଗ୍ୟ, କୋଭିଡ -୧୯ ହେତୁ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ହେତୁ ପରୀକ୍ଷା ଆରମ୍ଭ ହେବାର ତିନି ଘଣ୍ଟା ପୂର୍ବରୁ ନିଟ୍ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଥିଲା। ମାତ୍ର ଯାଦବ ବିହାରରୁ କୋଲକାତା ଆସିବାକୁ ଦୁଇଟି ବସ୍ ବଦଳାଇବା ସହ ବହୁ ଟ୍ରାଫିକ୍ ସାମ୍ନା କରିଥିବା ହେତୁ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରି ନଥିଲେ।
Follow Us