ବିହାର ନିଷିଦ୍ଧ ଓ ଅବକାରୀ ଆଇନ୍‌ର ପରିବର୍ତ୍ତନ: ପ୍ରଥମ ଥର ମଦ ଖାଇ ଧରାପଡ଼ିଲେ ୫୦ ହଜାର ଟଙ୍କା ଜରିମାନା

ବିହାର ନିଷିଦ୍ଧ ଓ ଅବକାରୀ ଆଇନ୍‌ର ପରିବର୍ତ୍ତନ: ପ୍ରଥମ ଥର ମଦ ଖାଇ ଧରାପଡ଼ିଲେ ୫୦ ହଜାର ଟଙ୍କା ଜରିମାନା

ପାଟନା: ବିହାରରେ ପ୍ରଥମ ଥର ମଦ ଖାଇ ଧରା ପଡ଼ିଥିବା ଲୋକେ ୫୦ ହଜାର ଟଙ୍କା ଜରିମାନା ଦେଲେ ଛାଡ଼ ପାଇବେ, ନଚେତ ତିନିମାସ ଜେଲ୍‌ଖାନା ଖଟିବେ। ରାଜ୍ୟର ନିଷିଦ୍ଧ ଆଇନ୍‌କୁ ସଂଶୋଧନ କରିବାକୁ ବିହାର ସରକାର ଏ ଭଳି ପ୍ରସ୍ତାବ ଦେଇଛନ୍ତି। ବୁଧବାର ଦିନ ଏ ପ୍ରସ୍ତାବକୁ ବୁଧବାର ଦିନ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦ କରିଛି।

ବିହାର ପ୍ରୋହିବିସନ୍‌ ଆଣ୍ଡ୍‌ ଏକ୍ସାଇଜ୍‌ ଆକ୍ଟ୍‌ ୨୦୧୬ରେ ପରିବର୍ତ୍ତନ କରାଯିବା ପାଇଁ ଜୁଲାଇ ୨୦ ତାରିଖରୁ ଆରମ୍ଭ ହେଉଥିବା ରାଜ୍ୟ ବିଧାନସଭାର ମୌସୁମି ଅଧିବେଶନରେ ଏ ପ୍ରସ୍ତାବ ଆଗତ କରାଯିବ।

ବୁଧବାର ଦିନ ବିହାର ଆଡ୍‌ଭୋକେଟ୍‌ ଜେନେରାଲ୍‌ ଲଳିତ କିଶୋର କହନ୍ତି: ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତି ମଦ ପିଉଥିବା ବା ମାତାଲ ଅବସ୍ଥାରେ ଧରାପଡ଼ିବେ, ୫୦ ହଜାର ଟଙ୍କା ଜରିମାନା ଦେଲେ ସେମାନଙ୍କୁ ଛାଡ଼ି ଦିଆଯିବ। ଯଦି ସେମାନେ ଜରିମାନା ଦେବାକୁ ଅସମର୍ଥ ସେମାନଙ୍କୁ ତିନି ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ପ୍ରଥମ ଥର ମଦ ପିଇବା ଅପରାଧରେ ଜାମିନ ମଞ୍ଜୁର ହେବ ଏବଂ ଏହା ଗିରଫଦାରି ରହିତ। ଏବେ ଏହା ଜାମିନବିହୀନ ଅପରାଧ।

ପଡ଼ି ରହିଥିବା ମାମଲାଗୁଡ଼ିକ ପାଇଁ ମଧ୍ୟ ଏହି ସଂଶୋଧନ ଲାଗୁ କରାଯିବ।

ସଂଶୋଧନ ଫଳରେ ଦଣ୍ଡର ପରିମାଣ କମିଯିବ। କିନ୍ତୁ ଦ୍ୱିତୀୟ ଥର ଏହି ଅପରାଧ କରିଥିବା ବ୍ୟକ୍ତିଙ୍କୁ ୨ ରୁ ୫ ବର୍ଷ ଯାଏଁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।

ମଦ ପ୍ରସ୍ତୁତି କରିବା ଓ ବିକ୍ରୟ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମ ଥର ସର୍ବନିମ୍ନ ଦୁଇ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯିବ। ଦ୍ୱିତୀୟ ଥର ଧରାପଡ଼ିଲେ ୧୦ ବର୍ଷ ଜେଲ୍‌ ଦଣ୍ଡ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe