Bihar Chief Minister's post: ବିହାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛକାପଞ୍ଝା; ଜେଡିୟୁର ଘୋଷଣା: ନୀତୀଶ ହିଁ ମୁଖ୍ୟମନ୍ତ୍ରୀ ରହିବେ

ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏର ବିପୁଳ ବିଜୟ ପରେ ଏବେ ନୂତନ ସରକାର ଗଠନ ପାଇଁ  ପ୍ରୟାସ ଆରମ୍ଭ ହୋଇଛି। ଚଳିତ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୨୨ ତାରିଖରେ ଶେଷ ହେଉଥିବା ବେଳେ ଆଜି ବିଜେପି, ଜେଡିୟୁ ଓ ଏଲ୍‌ଜେପି ପୃଥକ୍‌ ବୈଠକ କରିଛନ୍ତି।

modi nitish

Photograph: (NDTV)

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏର ବିପୁଳ ବିଜୟ ପରେ ଏବେ ନୂତନ ସରକାର ଗଠନ ପାଇଁ  ପ୍ରୟାସ ଆରମ୍ଭ ହୋଇଛି। ଚଳିତ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୨୨ ତାରିଖରେ ଶେଷ ହେଉଥିବା ବେଳେ ଆଜି ବିଜେପି, ଜେଡିୟୁ ଓ ଏଲ୍‌ଜେପି ପୃଥକ୍‌ ବୈଠକ କରିଛନ୍ତି। ସମସ୍ତ ଏନ୍‌ଡିଏ ବିଧାୟକ ପାଟନାରେ ପହଞ୍ଚିବା ପରେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ବିଜେପି କହିଛି। ବିଜେପି ରାଜ୍ୟରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବାରୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ(?) ସେ ନେଇ ସରଗରମ ଚର୍ଚ୍ଚା ଚାଲିଛି।

ଜେଡିୟୁର ଘୋଷଣା: ନୀତୀଶ ହିଁ ମୁଖ୍ୟମନ୍ତ୍ରୀ ରହିବେ
ଏନ୍‌ଡିଏ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି: ବିଜେପି

ଗତକାଲି ନିର୍ବାଚନ ଫଳ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଲଲନ ସିଂହ, ଜେଡିୟୁ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା, ବିଜୟ ଚୌଧୁରୀ ଓ ଶ୍ୟାମ ରଜକ, ନୀତୀଶଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ପରେ ଲଲନ କହିଥିଲେ, ବିହାରରେ ମୁଖ୍ୟମନ୍ତ୍ରୀ ପଦ ଖାଲି ନାହିଁ। ସେହିପରି ଶ୍ୟାମ ରଜକ ସ୍ପଷ୍ଟ କରିଛନ୍ତି ଯେ ନୀତୀଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ସେପଟେ ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସ୍ୱାଲ ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚୟନ ଏକ ମିଳିତ ପ୍ରକ୍ରିୟା। କେନ୍ଦ୍ର ନେତୃତ୍ୱ ହିଁ ନିଷ୍ପତ୍ତି ନେବ। ବିହାର ନିର୍ବାଚନ ପାଇଁ ବିଜେପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ନୀତୀଶଙ୍କ ନାମ ନେବାକୁ ଏଡ଼ାଇ ଯାଇଥିଲେ। ସେ କହିଥିଲେ ଯେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏନ୍‌ଡିଏରୁ ହେବା ନିଶ୍ଚିତ। ବିହାରର ୨୪୩ଟି ଆସନରୁ ଏନ୍‌ଡିଏ ୨୦୨ଟି ଆସନ ଜିତିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe