ପଟନା: ବିହାରରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ଏଲଜେପି ନେତା ଚିରାଗ ପାସୱାନଙ୍କ ମଧ୍ୟରେ ଚାଲିଥିବା ରାଜନନୈତିକ ଝଗଡା କାହାକୁ ଅଛପା ନାହିଁ। ସୋମବାର ଚିରାଗ ପୁଣି ଥରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ଚିରାଗ ପାସୱାନ। ଚିରାଗ କହିଛନ୍ତି ଯେ ସେ ରୁଷର ରାଷ୍ଟ୍ରପତି ହୋଇଯାଆନ୍ତୁ କିମ୍ବା ମିଳିତ ଜାତିସଂଘର ସଚିବ ହୋଇଯାଆନ୍ତୁ। କିନ୍ତୁ ମୋର ଅନୁରୋଧ ହେଉଛି ସେ ବିହାରକୁ ଛାଡ଼ି ଦିଅନ୍ତୁ। ଚିରାଗ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ବିହାରର ମୁଖ୍ୟମନ୍ତ୍ରୀ ହୋଇ ନିତିଶ କ’ଣ କାମ କରିଛନ୍ତି।
ଚିରାଗ ପାସୱାନ୍ ଲୋକ ଜନଶକ୍ତି ପାର୍ଟିର ସଭାପତି ଏବଂ ଜାମୁଇରୁ ସାଂସଦ ଅଟନ୍ତି। ତେବେ ଏହା ପୂର୍ବରୁ ଆରଜେଡି ତରଫରୁ କୁହାଯାଇଥିଲା ଯେ ଯଦି ବିଜେପି ନିତିିଶଙ୍କୁ ଉପରାଷ୍ଟ୍ରପତି କରାଏ, ତେବେ ସେ ଏହି ଅଫରକୁ କେବେ ବି ପ୍ରତ୍ୟାଖ୍ୟାନ କରିବେ ନାହିଁ। ଏବେ ଆରଜେଡି ପକ୍ଷରୁ ଦିଆଯାଇଥିବା ଏଭଳି ବୟାନକୁ ନେଇ ଚିରାଗ ପାସୱାନ୍ କହିଛନ୍ତି ଯେ ନିତିଶ ସର୍ବଦା ନିଜ ପାଇଁ ଚେୟାରର ବ୍ୟବସ୍ଥା କରିବା ପରେ କୌଣସି ପଦକ୍ଷେପ ନିଅନ୍ତୁ।
ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ଅନେକ ଥର ଚିରାଗ ନିତିଶଙ୍କୁ ଟାର୍ଗେଟ କରି ତାଙ୍କୁ ସମାଲୋଚନା କରିସାରିଛନ୍ତି।
Follow Us