ପୁଣି ଥରେ ମୁହଁମୁହିଁ ହେଲେ ନୀତିଶ କୁମାର ଓ ରାବ୍ରୀ ଦେବୀ

ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ବିହାର ବିଧାନ ପରିଷଦର କାର୍ଯ୍ୟକାଳ ସମୟରେ ଉଭୟ ନେତା ପୁଣି ପରସ୍ପର ସହିତ ଝଗଡ଼ା କରୁଥିବାର ଦେଖାଯାଇଥିଲା।

ଗି୍ଗତୀ୍

ପାଟ୍‌ନା: ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ବିହାର ବିଧାନ ପରିଷଦର କାର୍ଯ୍ୟକାଳ ସମୟରେ ଉଭୟ ନେତା ପୁଣି ପରସ୍ପର ସହିତ ଝଗଡ଼ା କରୁଥିବାର ଦେଖାଯାଇଥିଲା। ନୀତିଶ କୁମାର ଓ ରାବ୍ରୀ ଦେବୀଙ୍କ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି।

ନୀତିଶ କୁମାର ରାବିଡି ଦେବୀଙ୍କୁ କଟାକ୍ଷ କରି କହିଥିଲେ କି, ପାର୍ଟି ତୁମ ସ୍ୱାମୀଙ୍କର  ଓ ତୁମେ ତାଙ୍କ କ୍ଷମତାରେ ଏଠି ପହଂଚିପାରିଛ । ତେଣୁ ତୁମକୁ ଗୁରୁତର ସହ ନିଆଯାଇପାରିବ ନାହିଁ।

ବିହାର ବିଧାନପରିଷଦରେ ଆଲୋଚନା ଚାଲିଥିବା ବେଳେ ନୀତିଶ କୁମାର କହିଥିଲେ କି, ମହାମେଣ୍ଟର ସଦସ୍ୟମାନେ ଏନଡିଏ ଓ ବିଜେପିକୁ ସଂରକ୍ଷଣ ଚୋର କହୁଛନ୍ତି, ଏହାପରେ ସେ ଆରଜେଡି ବାବଦରେ କିଛି କହିବାକୁ  ଯାଉଥିବା ବେଳେ ରାବିଡି ଦେବୀ ଠିଆ ହୋଇପଡିଥିଲେ । ଏହାଦେଖି ନୀତିଶ କୁମାର ରାବିଡି ଦେବୀଙ୍କ ଉପରେ ବର୍ଷିଥିଲେ । ନୀତିଶ ରାବିଡି ଦେବୀଙ୍କୁ ଇଙ୍ଗିତ କରି ନିଜ ଚେୟାରରେ ବସିପଡ ବୋଲି କହିଥିଲେ । ପାର୍ଟି ତୁମ ସ୍ୱାମୀଙ୍କର ତୁମେ କିଛି ନୁହେଁ ବୋଲି କଟାକ୍ଷ ମଧ୍ୟ କରିଥିଲେ ।

ନୀତିଶ କୁମାର ଓ ରାବଡି ଦେବୀଙ୍କ ମଧ୍ୟରେ କଳିଗୋଳ ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ବି ଏଭଳି ଅନେକ ଥର ଘଟିଛି । ଯେତେବେଳେ ନୀତିଶ କୁମାର କହିଥିଲେ କି, ଯେତେବେଳେ ତୁମ ସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଗଲା ତାହାର ସୁଯୋଗରେ ତୁମକୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତୁମେ ଯୋଗ୍ୟ ନଥିଲ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe