ମନ୍ତ୍ରୀଙ୍କ ବ୍ରେସଲେଟ ସ୍ପର୍ଶ କରୁଥିବା ନୀତିଶଙ୍କ ଭିଡିଓ ହେଲା ଭାଇରାଲ

ମନ୍ତ୍ରୀ ଅଶୋକ ଚୌଧୁରୀ ପିନ୍ଧିଥିବା ବ୍ରେସଲେଟକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଛୁଇଁ ହସୁଥିବାର ଭିଡିଓ ଭାଇରାଲ। ସୋସିଆଲ ମିଡିଆ ବ୍ୟବହାରକାରୀ ଦେଉଛନ୍ତି ବିଭିନ୍ନ ପ୍ରକାର ପ୍ରତିକ୍ରିୟା।

er

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ନୀତିଶ ତାଙ୍କର ଅତି ଘନିଷ୍ଠ ମନ୍ତ୍ରୀ ଅଶୋକ ଚୌଧୁରୀ ପିନ୍ଧିଥିବା ବ୍ରେସଲେଟକୁ ଛୁଇଁ ହସୁଥିବା ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଦୃଶ୍ୟ ଅନୁଯାୟୀ, ସଂସଦରେ ମନ୍ତ୍ରୀ ଅଶୋକ ଚୌଧୁରୀ ଛିଡ଼ା ହୋଇ କୌଣସି ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ବ୍ରେସଲେଟକୁ ଛୁଇଁ ହସୁଛନ୍ତି। ଯେମିତି ଲାଗୁଛି ସେ ତାଙ୍କ ବ୍ରେସଲେଟରୁ କ’ଣ ଗୋଟେ ଖୋଜୁଛନ୍ତି।

ଅଶୋକ ଛିଡ଼ା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ରେସଲେଟକୁ ସ୍ପର୍ଶ କରିବା ମାତ୍ରେ ସେ ଚମକି ପଡ଼ିଥିଲେ। ପରେ ନିଜକୁ ସମ୍ଭାଳି ସେ କହୁଥିବା କଥାକୁ ଆଗକୁ ଜାରି ରଖିଥିଲେ। ଏହି ସମୟରେ ସେଠାରେ ବସିଥିବା ଅନ୍ୟ ମନ୍ତ୍ରୀମାନେ ନୀତିଶ କେଉଁ କାରଣ ପାଇଁ ଅଶୋକ ଚୌଧୁରୀ ବ୍ରେସଲେଟକୁ ଏଭଳି ଭାବେ ସ୍ପର୍ଶ  କରିଥିଲେ ତାହାର କାରଣ ବୁଝିପାରି ନଥିଲେ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର କିଛିଦିନ ହେବ ଏମିତି କାମ କରୁଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ନୀତିଶଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ବିଧାନସଭା ଭିତରେ ଥିବା ନେତା ଓ ପୂର୍ବତନ ଡେପୁଟି ସିଏମ ତେଜସ୍ବୀ ଯାଦବଙ୍କ ସହିତ ଠାରରେ କଥା ହୋଇ ତାଙ୍କ ଅବସ୍ଥା ବିଷୟରେ ପଚାରି ବୁଝୁଥିବା ଦେଖିବାକୁ ମିଳିଥିଲା।  ତେଜସ୍ବୀ ବି ନୀତିଶଙ୍କ ଠାରର ଉତ୍ତର ଦେଇଥିଲେ। ଏ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe