aninews.in
ବୈଶାଲି(ବିହାର): ଶନିବାର ସକାଳେ ବିହାରର କଂଗ୍ରେସ ମୁଖ୍ୟ ରାକେଶ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୈଶାଲିରେ ଥିବା ସିନେମା ରୋଡରେ ରାକେଶଙ୍କୁ ଦୁଇ ଦୁର୍ବୃତ୍ତ ମୋଟରସାଇକେଲ ଯୋଗେ ଆସି ତାଙ୍କୁ ଗୁଳି କରି ହତ୍ୟା କରିଥିବା କହିଛି ପୁଲିସ। ଘଟଣା ପରେ ରାକେଶଙ୍କୁ ସଫଦର ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାଟି ଶନିବାର ସକାଳ ୬ଟା ୩୦ମିନିଟରେ ଘଟିଥିବା ବେଳେ ହତ୍ୟା ପଛର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ।
The Times of Indiaପୁଲିସ ଦେଇଥିବା ସୂଚନାନୁସାରେ, ରାକେଶ ଯାଦବ ପ୍ରତିଦିନ ମୀନାପୁରରେ ଥିବା ନିଜ ଘରୁ ବାହାରି ୩କିଲୋମିଟର ଦୂର ସିନେମା ରୋଡରେ ଥିବା ଜିମ୍ ପର୍ଯ୍ୟନ୍ତ ଚାଲି ଚାଲି ଯାଆନ୍ତି। ପ୍ରତିଦିନ ସକାଳ ସମୟରେ ସେ ରାସ୍ତାରେ ଏକୁଟିଆ ଚାଲୁଥିବା ଜାଣି ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିବା ପାଇଁ ସେହି ସମୟ ବାଛିଥିଲେ ବୋଲି କହିଛି ପୁଲିସ। ଏହା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ସିସିଟିଭି ଯାଞ୍ଚ ପୁଲିସ ଆରମ୍ଭ କରିଛି। ପ୍ରକୃତରେ ରାକେଶଙ୍କୁ କେଉଁ କାରଣରୁ ହତ୍ୟା କରାଗଲା ଏବଂ ଏହା ପଛରେ କାହାର ହାତ ରହିଛି, ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
Follow Us