ବିହାର ବିଷାକ୍ତ ମଦ ମୃତ୍ୟୁ ଘଟଣା: ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦିତ ବୟାନ ଦେଉଛି ଜିଲ୍ଲା ପ୍ରଶାସନ

Advertisment
ବିହାର  ବିଷାକ୍ତ  ମଦ ମୃତ୍ୟୁ ଘଟଣା: ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦିତ ବୟାନ ଦେଉଛି ଜିଲ୍ଲା ପ୍ରଶାସନ

ପାଟନା: ବିହାରର ବେତୀୟା ଜିଲ୍ଲାରେ ଏକା ସାଙ୍ଗରେ ୧୬ ଜଣ ମରିବା ଘଟଣାରେ ପ୍ରଶାସନ ଏବେ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦିତ ବୟାନ ଦେଇଛି। ଗାଁ ଲୋକମାନେ ଦାବି କରିଛନ୍ତି କି ସମସ୍ତ ୧୬ ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ ପିଇବା ଯୋଗୁ ହୋଇଛି, ହେଲେ ପ୍ରଶାସନ କହିଛି କି ୪ ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ ପିଇବା ଯୋଗୁ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁର କାରଣ ରୋଗ । ଅନ୍ୟ ୧୦ ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରିନାହିଁ ପ୍ରଶାସନ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି କରାଯାଇ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି।

publive-image Indiatimes.com

ଜିଲ୍ଲା ପ୍ରଶାସନ ମୁତାବକ ୨ ଜଣଙ୍କର ମୃତ୍ୟୁ ରୋଗ କାରଣରୁ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ କାରଣରୁ ହୋଇଛି। ଅନ୍ୟପଟେ ମୋଟ ୧୪ ଜଣଙ୍କର ମୃତ୍ୟୁ ସାମ୍ଭାବ୍ୟ ବିଷାକ୍ତ ମଦ ଯୋଗୁ ହୋଇଥାଇପାରେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି। ହେଲେ ଗ୍ରାମବାସୀ ମୃତ୍ୟୁର କାରଣ ସ୍ପଷ୍ଟ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି ।

କହିରଖୁ କି ଚଳିତମାସ ୧୫ ତାରିଖରେ ବେତୀୟା ଜିଲ୍ଲାର ଲୋରିୟା ଅଞ୍ଚଳରେ ଜଣଙ୍କ ପରେ ଜଣେ କ୍ରମାଗତ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଯାଂଚ କରିବାକୁ ଜିଲ୍ଲା ପ୍ରଶାସନ ଗାଁରେ ପହଂଚିଥିବା ବେଳେ ଏ ସମସ୍ତଙ୍କ ମୃତ୍ୟୁର କାରଣ ବିଷାକ୍ତ  ମଦ ପିଇବା ଯୋଗୁ ହୋଇଥିବା କଥା ଗ୍ରାମବାସୀ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe