ହ୍ୱାଟସଆପକୁ ଆସିଲା ଧମକ ବାର୍ତ୍ତା; "ନମସ୍କାର ମହାଶୟ, ମୁଁ ୨୪ ଘଣ୍ଟା ମଧ୍ୟରେ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା କରିବି’’

Advertisment

ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ ଧମକ ଆସିଥିବା ଅଜଣା ନମ୍ବରକୁ ଟ୍ରେସ୍ କରି ଆରମ୍ଭ କରିଛି ତଦନ୍ତ।

ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ ଧମକ ଆସିଥିବା ଅଜଣା ନମ୍ବରକୁ ଟ୍ରେସ୍ କରି ଆରମ୍ଭ କରିଛି ତଦନ୍ତ।

0b82aaf1-e9f7-469d-81da-99cce74b1267

ପାଟନା: ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଗତ ଶନିବାର ରାତିରେ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ ଧମକ ଆସିଥିବା ଅଜଣା ନମ୍ବରକୁ ଟ୍ରେସ୍ କରି ତଦନ୍ତ ଆରମ୍ଭ କରିବା ସହିତ ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦେଇଛି।

ହ୍ୱାଟସଆପକୁ ଆସିଥିବା ମେସେଜ‌ରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ "ମୁଁ ୨୪ ଘଣ୍ଟା ମଧ୍ୟରେ ସମ୍ରାଟ ଚୌଧୁରୀଙ୍କୁ ଗୁଳି କରିବି, ମୁଁ ସତ୍ୟ କହୁଛି।" 

ହତ୍ୟା ଧମକ ମିଳିବା ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରବିବାର ପ୍ରତିକ୍ରିୟା ଦେଇ କହିଛନ୍ତି,‘ "ଯିଏ ଯାହା କରିବାକୁ ଚାହୁଁଛନ୍ତି, ତାହା କରନ୍ତୁ। ବିହାରର ଲୋକମାନେ ଜାଣନ୍ତି ଯେ ଆମେ ରାଜ୍ୟର ବିକାଶ ପାଇଁ କାମ କରୁଛୁ। ରାଜ୍ୟବାସୀ ଏଥିରେ ଖୁସି ଅଛନ୍ତି। ତେଣୁ କିଏ କ’ଣ କହୁଛି କ’ଣ ଧମକ ଦେଉଛି ସେଥିପ୍ରତି ମୋତେ କିଛି ଫରକ ପଡ଼ୁନାହିଁ।’

ତେବେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଏହି ଧମକ ସିଧାସଳଖ ଦିଆଯାଇ ନାହିଁ।  ସମ୍ରାଟ ଚୌଧୁରୀଙ୍କ ଜଣେ ସମର୍ଥକଙ୍କ ଫୋନ୍ ମାଧ୍ୟମରେ ଏହି ଧମକ ବାର୍ତ୍ତା ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe