କରୋନା ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହେଲେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ

Advertisment
କରୋନା ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହେଲେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ

indiatoday

ପାଟନା: ବିହାର ବିଧାନସଭା ନିର୍ବାଚନର ​​ପ୍ରଚାର ମଧ୍ୟରେ କରୋନା ଆକ୍ରାନ୍ତ ହୋଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ | ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ପାଟନାର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି।

ସୁଶୀଲ କୁମାର ମୋଦୀ ଟ୍ୱିଟ କରି କହିଛନ୍ତି ଯେ, ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ଦୁଇ ଦିନ ହେବ ତାଙ୍କ ଶରୀରର ତାପମାତ୍ରା ଅଧିକ ରହୁଥିବାରୁ ସେ ନିଜର କରୋନା ପରୀକ୍ଷା କରାଇଥିଲେ, ଯାହା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି | ଏ ନେଇ ସେ ପାଟନା ଏମ୍ସରେ ଭର୍ତ୍ତି ହୋଇଛନ୍ତି ଏବଂ ଖୁବ ଶୀଘ୍ର ପ୍ରଚାର ମଇଦାନକୁ ଫେରିବେ ବୋଲି ଟୁଇଟ କରି ଜଣାଇଛନ୍ତି |

ଏହା ପୂର୍ବରୁ ନିର୍ବାଚନ ପ୍ରଚାରରେ ସାମିଲ ହୋଇ ବିହାରର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଶାହନୱାଜ ହୁସେନ୍ କରୋନା ଆକ୍ରାନ୍ତ ହୋଇଥିଲେ, ଯାହା ପରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ନିଜକୁ ସଙ୍ଗରୋଧ କରିଥିଲେ। ସୁଶୀଲ କୁମାର ମୋଦୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଏବଂ ରାଜୀବ ପ୍ରତାପ ରୁଡି ମଧ୍ୟ ନିଜକୁ ସଙ୍ଗରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe