Image Courtesy of India Today
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସ୍ବେଚ୍ଛାରେ ଅବସର ଗ୍ରହଣ କଥା ଘୋଷଣା କରିବାର ଅଳ୍ପ ସମୟ ପରେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ରବିନ୍ହୁଡ୍ ଅବତାର ହୋଇଥିବା ଏକ ମ୍ୟୁଜିକ୍ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ଡିଜିପି ପାଣ୍ଡେଙ୍କୁ ‘ରବିନହୁଡ୍ ବିହାର କେ’ ବୋଲି କୁହାଯାଉଥିବା ଏହି ମ୍ୟୁଜିକ୍ ଭିଡିଓ ୟୁଟ୍ୟୁବ୍ରେ ରିଲିଜ୍ ହୋଇଛି। ଗାୟକ ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କୁ ବାଘ ବୋଲି କହିବା ସହ ଇଂରାଜୀ ଲୋକଗଳ୍ପର କିଂବଦନ୍ତୀ ନାୟକ ରବିନ୍ହୁଡ୍ ପରି ତାଙ୍କୁ ପ୍ରଶଂସା କରୁଛନ୍ତି।
ଏହି ଭିଡିଓରେ ବିଗ୍ ବସ୍-ପ୍ରସିଦ୍ଧି ପ୍ରାପ୍ତ ଗାୟକ ଦୀପକ ଠାକୁର ଏକ ‘ଏସ୍ୟୁଭି’ ବନେଟ୍ରେ ଚଢ଼ି ଗୁପ୍ତେଶ୍ବର ପାଣ୍ଡେଙ୍କ ଉପରେ ପ୍ରଶଂସା ଅଜାଡ଼ି ପକାଉଥିବା ଦେଖାଯାଉଛି। ପୁଲିସ ଅଧିକାରୀଭାବେ କାର୍ଯ୍ୟରତ ଥିବା ଡିଜିପି ପାଣ୍ଡେଙ୍କୁ ଏହି ଭିଡିଓରେ ପ୍ରଦର୍ଶନ କରାଯାଉଛି।
Image Courtesy of Asianet News Banglaଜଣେ ପୁଲିସ ଅଧିକାରୀ ଭାବେ ଚୋରମାନଙ୍କ ଦେହରେ କମ୍ପନ ସୃଷ୍ଟି କରୁଥିବା ଗୁପ୍ତେଶ୍ବର ପାଣ୍ଡେଙ୍କୁ ଗାୟକ ‘ୟାରୋଁ କେ ୟାର୍’ କହୁଛନ୍ତି। ତାଙ୍କ ନାଁ ଶୁଣିଲେ ଚୋରମାନେ ଭଗବାନଙ୍କୁ ଡାକନ୍ତି ବୋଲି ଏହି ଭିଡିଓରେ ଦାବି କରାଯାଇଛି।
ରାଜନୀତିରେ ଯୋଗ ଦେଇ ଆଗାମୀ ବିହାର ନିର୍ବାଚନରେ ସେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ପୁଲିସ ସେବାରୁ ଅବସର ନେଇଥିବା କଥା ଶୁଣାଯାଉଛି। କିନ୍ତୁ, ଗୁପ୍ତେଶ୍ବର ପାଣ୍ଡେ ଏହାକୁ ଅଗ୍ରାହ୍ୟ କରି ଓଲଟି ପ୍ରଶ୍ନ କରୁଛନ୍ତି, ମୁଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବି ବୋଲି କିଏ କହିଲା?
ଏହା ହେଉଛି ଗୁପ୍ତେଶ୍ବର ପାଣ୍ଡେଙ୍କ ଦ୍ବିତୀୟ ସ୍ବେଚ୍ଛା ଅବସର ଘଟଣା। ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ନିମନ୍ତେ ସେ ୨୦୦୯ରେ ସ୍ବେଚ୍ଛା ଅବସର ଚାହିଁଥିଲେ।
Follow Us