ଚର୍ଚ୍ଚାରେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କ ସ୍ବେଚ୍ଛାକୃତ ଅବସର

Advertisment

ଅବସର ସହ ସୁଶାନ୍ତ ସିଂହ ମାମଲାର କିଛି ସଂପର୍କ ନାହିଁ : ଡିଜିପି

ଅବସର ସହ ସୁଶାନ୍ତ ସିଂହ ମାମଲାର କିଛି ସଂପର୍କ ନାହିଁ : ଡିଜିପି

ଚର୍ଚ୍ଚାରେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କ ସ୍ବେଚ୍ଛାକୃତ ଅବସର

ABP News

ପାଟନା : ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଗତକାଲି ସ୍ବେଚ୍ଛାକୃତ ଭାବେ ତାଙ୍କ ପଦରୁ ଅବସର ନେଇଛନ୍ତି। ସୁଶାନ୍ତ ସିଂହ ରାଜପୁତ ମାମଲାରେ ମୁମ୍ବାଇ ପୁଲିସକୁ ଖୋଲାଖୋଲି ସମାଲୋଚନା କରି ବେଶ୍‌ ଚର୍ଚ୍ଚାରେ ଥିବା ଗୁପ୍ତେଶ୍ବର ପାଣ୍ଡେଙ୍କ ସ୍ବେଚ୍ଛାକୃତ ଅବସରକୁ ନେଇ ଏବେ ପୁଣି ଚର୍ଚ୍ଚା ହୋଇଥିବାବେଳେ ପାଣ୍ଡେ କିନ୍ତୁ କହିଛନ୍ତି ଯେ, ସୁଶାନ୍ତ ସିଂହ ମାମଲା ସହ ତାଙ୍କ ଅବସରର କୌଣସି ସଂପର୍କ ନାହିଁ। ସେ କେବଳ ଜଣେ ବୃଦ୍ଧ ପିତାଙ୍କୁ ନ୍ୟାୟ ଦେବାପାଇଁ କିଛି ପଦକ୍ଷେପ ନେଇଥିବା କହିଛନ୍ତି । ମାମଲା ସିବିଆଇକୁ ସ୍ଥାନାନ୍ତର ସଂକ୍ରାନ୍ତ ନିଷ୍ପତ୍ତି ସୁପ୍ରିମକୋର୍ଟ ନେଇଛନ୍ତି ଏବଂ ମାମଲାରେ ରୁଜୁ ହୋଇଥିବା ଏଫ୍‌ଆଇଆର ଆଇନଗତ ବୋଲି ପାଣ୍ଡେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ପାଣ୍ଡେ କହିଛନ୍ତି, ବିଭିନ୍ନ ଜିଲ୍ଲାର ଲୋକମାନେ ତାଙ୍କୁ ଏବେ ଭେଟିବାକୁ ଆସୁଛନ୍ତି। ସେମାନଙ୍କ ସହ ଆଲୋଚନା ପରେ ସେ ପରବର୍ତ୍ତୀ ନିଷ୍ପତ୍ତି ନେ‌ବେ। ତେବେ ଏଯାବତ୍‌ ତାଙ୍କୁ କୌଣସି ରାଜନେତା ଭେଟିନାହାନ୍ତି କି ସେ କୌଣସି ରାଜନୈତିକ ଦଳରେ ସେ ଯୋଗ ଦେଉନଥିବା କହିଛନ୍ତି। ଯଦି ସେ କୌଣସି ଦଳରେ ଯୋଗ ଦେବେ ତେବେ ସେନେଇ ସମସ୍ତଙ୍କୁ ଜଣାଇବେ ବୋଲି କହିଛନ୍ତି। ମୁମ୍ବାଇରେ ବିହାର ପୁଲିସ ଅଫିସରଙ୍କୁ ଦୁର୍ବ୍ୟବହାର କରାଯିବାରୁ ସେ ଏହାର ବିରୋଧରେ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ବିହାରର ସମ୍ମାନ ପାଇଁ ସେ ଲଢ଼ିଛନ୍ତି। ତାଙ୍କ ଅବସରକୁ ସୁଶାନ୍ତ ସିଂହ ମାମଲା ସହ ନଯୋଡ଼ିବା ଉଚିତ ବୋଲି ସେ କହିଛନ୍ତି। ପାଣ୍ଡେ କହିଛନ୍ତି ଯେ ତାଙ୍କ ୩୪ ବର୍ଷର କ୍ୟାରିୟରରେ ‌ସେ କେବେ ବି ସାଲିସ କରିନାହାନ୍ତି । ୧୯୮୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ପାଣ୍ଡେ ଖୋଲାଖୋଲି ଭାବେ ମୁମ୍ବାଇ ପୁଲିସ୍‌କୁ ସମାଲୋଚନା କରିଥିଲେ। ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ସେ ‘ଔକାତ୍‌’ ଶବ୍ଦ ବ୍ୟବହାର କରି ବିବାଦ ସୃଷ୍ଟି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe