ଶିକ୍ଷୟିତ୍ରୀଙ୍କୁ ଧକ୍କା ଦେଇ ଆଗକୁ ବଢ଼ିଗଲେ ଶିକ୍ଷାମନ୍ତ୍ରୀ

Advertisment

ନୀତିଶ କୁମାର ଜନତା ଦରବାର ଆୟୋଜନ କରି ଲୋକଙ୍କ ଅସୁବିଧାକୁ ବ୍ୟକ୍ତିଗତ ଭାବରେ ଶୁଣିବା ସହିତ ତୁରନ୍ତ ତାହାର ସମାଧାନ କରି ଆସିଛନ୍ତି । ଏହି କ୍ରମରେ ତାଙ୍କ ସରକାରରେ ଶିକ୍ଷା ମନ୍ତ୍ରୀ ଥିବା ସୁନୀଲ କୁମାରଙ୍କ କ୍ଷେତ୍ରରେ ଓଲଟା କିଛି ଦେଖିବାକୁ ମିଳିଛି। 

ତକ୍ତ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତ ୨୦ବର୍ଷ ଧରି ପ୍ରତ୍ୟେକ ମଞ୍ଚରେ, ପ୍ରତ୍ୟେକ ସାକ୍ଷାତକାରରେ ଏବଂ ପ୍ରତ୍ୟେକ ସାର୍ବଜନୀନ ସ୍ଥାନରେ ତାଙ୍କ ସରକାରରେ ସୁଶାସନ ଅଛି ବୋଲି ଦାବି କରି ଆସିଛନ୍ତି। 

ନୀତିଶ କୁମାର ଜନତା ଦରବାର ଆୟୋଜନ କରି ଲୋକଙ୍କ ଅସୁବିଧାକୁ ବ୍ୟକ୍ତିଗତ ଭାବରେ ଶୁଣିବା ସହିତ ତୁରନ୍ତ ତାହାର ସମାଧାନ କରି ଆସିଛନ୍ତି । ଏହି କ୍ରମରେ ତାଙ୍କ ସରକାରରେ ଶିକ୍ଷା ମନ୍ତ୍ରୀ ଥିବା ସୁନୀଲ କୁମାରଙ୍କ କ୍ଷେତ୍ରରେ ଓଲଟା କିଛି ଦେଖିବାକୁ ମିଳିଛି। 

ଗତ ମଙ୍ଗଳବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପାଟନା ଜେଡିୟୁ ରାଜ୍ୟ କାର୍ଯ୍ୟାଳୟରେ ଜନଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ଅଭିଯୋଗକାରୀମାନେ ଆସି ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମକୁ ଆସିଥିବା ସମସ୍ତ ଅଭିଯୋଗକାରୀମାନଙ୍କ ଅଭିଯୋଗ ଶୁଣିବା ସହିତ ତାହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ବୁଧବାର ଦିନ ବିହାର ପବ୍ଲିକ୍ ସର୍ଭିସ୍ କମିଶନର ଶିକ୍ଷକ ପ୍ରାର୍ଥୀମାନେ ଶିକ୍ଷା ମନ୍ତ୍ରୀ ସୁନୀଲ କୁମାରଙ୍କୁ ଭେଟିବା ପାଇଁ ଜେଡିୟୁ କାର୍ଯ୍ୟାଳୟକୁ ଆସିଥିଲେ, କିନ୍ତୁ ମନ୍ତ୍ରୀ ସେମାନଙ୍କ କଥା ନ ଶୁଣି ଚାଲିଯାଇଥିଲେ। ପ୍ରାର୍ଥୀମାନେ ଦେଉଥିବା ଆବେଦନପତ୍ରକୁ ମନ୍ତ୍ରୀ ଫୋପାଡ଼ି ଦେଉଥିବା ଦେଖିବାକୁ ମିଳିଥିଲା।

ଜଣେ ଶିକ୍ଷୟିତ୍ରୀ ଗାଡ଼ିର ଝରକା ପାର୍ଶ୍ବ ଦେଇ ତାଙ୍କ ଆବେଦନ ବଢ଼ାଉଥିବା ବେଳେ ମନ୍ତ୍ରୀ ସୁନୀଲ କୁମାର ନିଷ୍ଠୁରତା ଦେଖାଇଥିଲେ। ସେ ଏଭଳି ପରିସ୍ଥିତିରେ ଚାଳକଙ୍କୁ ଗାଡ଼ି ଆଗକୁ ବଢାଇବାକୁ ଇଙ୍ଗିତ କରିଥିଲେ। ମନ୍ତ୍ରୀଙ୍କ ଗାଡ଼ି ଚାଲିବା ଆରମ୍ଭ କରିଥିବା ବେଳେ ଶିକ୍ଷୟିତ୍ରୀ ତାଙ୍କର ଆବେଦନ ପତ୍ର ଦେବାକୁ ଉଦ୍ୟମ କରୁଥିବା ବେଳେ ମନ୍ତ୍ରୀଙ୍କୁ ଠେଲି ଦେଇଥିଲେ। ଫଳରେ ସେ ତଳେ ପଡ଼ି ଯାଇଥିଲେ। ଏହା ସତ୍ତ୍ବେ ବି ମନ୍ତ୍ରୀ ନ ଅଟକି ଚାଲି ଯାଇଥିଲେ।  

ଏହି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe