ବିହାର ନିର୍ବାଚନ ୨୦୨୦: ଜାଣନ୍ତୁ ପ୍ରଥମ ପର୍ଯ୍ୟାୟର କେତେଜଣ ଚର୍ଚ୍ଚିତ ପ୍ରାର୍ଥୀଙ୍କ ତାଲିକା

Advertisment
ବିହାର ନିର୍ବାଚନ ୨୦୨୦: ଜାଣନ୍ତୁ ପ୍ରଥମ ପର୍ଯ୍ୟାୟର  କେତେଜଣ ଚର୍ଚ୍ଚିତ ପ୍ରାର୍ଥୀଙ୍କ ତାଲିକା

India.com

ପାଟ୍‌ନା: ବୁଧବାର ବିହାରରେ ପ୍ରଥମ ପର୍ଯ୍ୟାୟ  ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି।  ୭୧ଟି ବିଧାନସଭା ଆସନ ପାଇଁ ବହୁ ପ୍ରମୁଖ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଜି ଯେଉଁ ପ୍ରମୁଖ୍ୟ ନିର୍ବାଚନ ମଣ୍ଡଳୀମାନଙ୍କରେ ଭୋଟ୍‌ ଗ୍ରହଣ ହେଉଛି ତାହା ମଧ୍ୟରେ ରହିଛି ଇମାମଗଞ୍ଜ, ସାସରାମ, ଦିନାରା, ଗୟା, ମୁଙ୍ଗର, ଜାମୁଇ, ମୋକାମା, ଜମାଲପୁର, ଚେନପୁର ଏବଂ ବକ୍ସାର।

ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନଙ୍କ ମଧ୍ୟ‌ରେ ଅଛନ୍ତି ଜିତନ ରାମ ମାନ୍‌ଝୀ, ମନ୍ୱେଲଥ୍ ସୁଟର ଶ୍ରେୟାସୀ ସିଂ, ପ୍ରେମ କୁମାର, ଜୟ କୁମାର ସିଂ ଏବଂ ଆରଜେଡିର ଅନନ୍ତ କୁମାର ସିଂ।

ଅନନ୍ତ ସିଂ : ମୋକାମାରୁ ବିଧାୟକ ଅନନ୍ତ ସିଂ ଆରଜେଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୨୦୦୫ ରୁ ୨୦୧୦ ପର୍ଯ୍ୟନ୍ତ ସିଂ ଜେଡି (ୟୁ) ପ୍ରାର୍ଥୀ ଭାବରେ ଏହି ଆସନ ଜିତିଥିଲେ। ୨୦୧୫ରେ, ଜେଡି (ୟୁ) ତାଙ୍କୁ ଟିକେଟ ଦେବାକୁ ମନା କରିବା ପରେ ସେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ଲ‌ଢ଼ି ବିଜୟ ଲାଭ କରିଥିଲେ।

ଜିତନ ରାମ ମାନ୍‌ଝୀ : ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଦଳର ମୁଖ୍ୟ ଜିତନ ରାମ ମାନ୍‌ଝୀ ଇମାମଗଞ୍ଜରୁ ଆରଜେଡି ପ୍ରାର୍ଥୀ ତଥା ବିହାର ବିଧାନସଭା ବାଚସ୍ପତି ଉଦୟ ନାରାୟଣ ଚୌଧୁରୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଶ୍ରେୟାସୀ ସିଂ : ଶ୍ରେୟାସୀ  ଜଣେ କମନୱେଲଥ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ସୁଟର, ବିହାର ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଅଟନ୍ତି। ନିକଟରେ ସିଂ ରାଜନୀତିରେ ପ୍ରବେଶ କରି ବିଜେପିରେ ଯୋଗ ଦେଇଥିଲେ।

ପ୍ରେମ କୁମାର : ଗୟାରେ ଗତ ୩୦ ବର୍ଷ ଧରି କେହି ବିଜେପି ଦୁର୍ଗକୁ ଭାଙ୍ଗିବାରେ ସକ୍ଷମ ହୋଇ ନାହାଁନ୍ତି। ବିହାରର କୃଷି ମନ୍ତ୍ରୀ ପ୍ରେମ କୁମାର ଲଗାତାର ଏହି ଆସନ ଜିତିଛନ୍ତି। ରାଜ୍ୟ ରାଜନୀତିରେ ତାଙ୍କର ସ୍ଥିତି ଏତେ ଗୁରୁତ୍ୱପୂର୍ଣ୍ଣ ଯେ ପ୍ରତ୍ୟେକ ଥର ଏନଡିଏ ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ କ୍ୟାବିନେଟରେ ସ୍ଥାନିତ କରାଯାଇଛି।

ଜୟ କୁମାର ସିଂ: ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜୟ କୁମାର ସିଂଙ୍କ ନିଜ ଘର ହେଉଛି ଦିନାରା। ସେ ଏଠାରୁ ଦୁଇଥର ଜିତି ସାରିଛନ୍ତି। ତୃତୀୟ ଥର ବିଜୟ ଆଶାରେ ନିର୍ବାଚନ ଲଢୁଛନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe