ପାଟନା: ବିହାରରେ ରାଜନୈତିକ ତାତି । ପ୍ରଥମ ଦଫା ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ପ୍ରଚାର ଥିବାରୁ ବିହାରର ବିଭିନ୍ନ ସ୍ଥାନରେ ଜୋରଦାର ଚାଲିଛି ପ୍ରଚାର । ହେବିୱେଟ୍ମାନେ ଘନଘନ ପ୍ରଚାର କରୁଛନ୍ତି । ପ୍ରଚାର ମୈଦାନକୁ ଓହ୍ଲାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାମେଣ୍ଟ ଜନତାଙ୍କୁ ଲଣ୍ଠନ ଦେଖାଉଥିବା କଥା କହିଛନ୍ତି । ବିହାରରେ ନଭେମ୍ୱର ୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ । ନଭେମ୍ବର ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ଏଥିପାଇଁ ରାଜନୈତିକ ବୟାନବାଜୀ ଜୋରଦାର ଚାଲିଛି ।
बिहार की नई पीढ़ी को ये पता होना चाहिए कि लालटेन, पंजे और लाल झंडे वालों ने बिहार को दशकों तक बेहाल रखा। वहीं, NDA राज्य को तेजी से समृद्धि की राह पर आगे ले जा रहा है। pic.twitter.com/oBn93hCYFg
— Narendra Modi (@narendramodi) November 3, 2025
ରାଜନୈତିକ ସଭାରେ ସାମିଲ ହୋଇ ମୋଦୀ କହିଛନ୍ତି- ମୁଁ ବିହାରର ଭଉଣୀ ଏବଂ ଝିଅଙ୍କୁ ସତର୍କ ରହିବାକୁ ଚାହୁଁଛି। ଜଙ୍ଗଲରାଜ ଲୋକମାନେ ଆପଣଙ୍କୁ ଦିଆଯାଉଥିବା ସବୁ ସହାୟତାକୁ ବନ୍ଦ କରିବାକୁ ଚାହାଁନ୍ତି। ସେ ଆରଜେଡି ହେଉ କି କଂଗ୍ରେସ, ସେମାନଙ୍କର ବିକାଶ ସହିତ କୌଣସି ସମ୍ପର୍କ ନାହିଁ। ଏନଡିଏର ପରିଚୟ ବିକାଶ ଏବଂ ଆରଜେଡି ଓ କଂଗ୍ରେସର ପରିଚୟ ବିନାଶ ବୋଲି ମୋଦୀ କହିଛନ୍ତି ।
#WATCH | Katihar, Bihar: Prime Minister Narendra Modi says, "These people (Mahagathbandhan) kept Bihar in misery for decades because development was never on their agenda. Under Nitish Kumar's leadership, the NDA gave Bihar good governance. It brought development. Where there was… pic.twitter.com/z8XLoAK91b
— ANI (@ANI) November 3, 2025
କଟାକ୍ଷ କଲେ ମୋଦୀ
ମୋଦୀ ଆହୁରି କହିଛନ୍ତି- ମହାଗଠବନ୍ଧନ ଦଶନ୍ଧି ଧରି ବିହାରକୁ ଦୁଃଖରେ ରଖିଥିଲା । କାରଣ ବିକାଶ କେବେବି ସେମାନଙ୍କ ଏଜେଣ୍ଡାରେ ନଥିଲା। ନୀତିଶ କୁମାରଙ୍କ ନେତୃତ୍ୱରେ NDA ବିହାରକୁ ସୁଶାସନ ଦେଇଛି, ବିକାଶ ଆଣିଛି । ଜଙ୍ଗଲ ରାଜ ଯେଉଁଠି ନିରାଶା ଏବଂ ହତାଶା ସେଇଠି । ଲୋକଙ୍କର ଆମ ଉପରେ ଅଟଳ ବିଶ୍ୱାସ ଅଛି ଯେ କେବଳ NDA ସରକାର ସେମାନଙ୍କ ଆକାଂକ୍ଷା ପୂରଣ କରିପାରିବ। ସେଥିପାଇଁ, ଯେଉଁଠାରେ ରେଳ ପହଞ୍ଚିଛି, ସେଠାରେ ହାଇ-ସ୍ପିଡ୍ ବନ୍ଦେ ଭାରତ ଟ୍ରେନର ଦାବି ବି ରହିଛି । ଯେଉଁଠାରେ ରାସ୍ତା ପହଞ୍ଚିଛି, ସେଠାରେ ଏକ୍ସପ୍ରେସୱେର ଦାବି ବି ରହିଛି। ଯେଉଁଠାରେ ଛୋଟ ହସ୍ପିଟାଲ ଖୋଲିଛି, ସେଠାରେ ସୁପର-ସ୍ପେଶାଲିଟି ହସ୍ପିଟାଲର ଦାବି କରାଯାଇଛି ।
ଆହୁରି ପଢନ୍ତୁ-
RJD ମଧ୍ୟ ବିକାଶ ନେଇ ମିଥ୍ୟା ଦାବି କରୁଛି। ସେମାନଙ୍କର ଇତିହାସ ବିକାଶ ବିରୋଧୀ। ଯେତେବେଳେ ଲୋକମାନେ ରାସ୍ତା ଦାବି କରୁଥିଲେ, RJD କହୁଥିଲା ଯେ ରାସ୍ତା ନିର୍ମାଣ କଲେ ଦୁର୍ଘଟଣା ଘଟିବ। ଯେତେବେଳେ ଲୋକମାନେ ବିଦ୍ୟୁତ୍ ପାଇଁ ଦାବି କରୁଥିଲେ ସେତେବେଳେ RJD ନେତାମାନେ କହୁଥିଲେ, ଯଦି ବିଦ୍ୟୁତ୍ ଆଘାତ ଲାଗିବ ଏବଂ ମୃତ୍ୟୁବରଣ କରିବେ… ଏମିତି କହି କଟାକ୍ଷ କରିଛନ୍ତି ମୋଦୀ ।
ଆହୁରି ପଢନ୍ତୁ-
Bihar Election 2025: ଯୋଗୀଙ୍କ ୩ ମାଙ୍କଡ଼ ଉପାଖ୍ୟାନ: କଟାକ୍ଷର କଡ଼ା ଜବାବ ଦେଲେ ଅଖିଳେଶ ଯାଦବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/03/pm-modi-2025-11-03-22-25-57.jpg)