ପାଟଣା: ନିର୍ବାଚନ ପାଇଁ ଚଳଚଞ୍ଚଳ ବିହାର । ପ୍ରଚାରରେ କମ୍ପୁଛି ପୂରା ରାଜ୍ୟ । ନେତାଙ୍କ ପାଇଁ ଏବେ ବିହାର ପାଲଟିଛି ନୂଆ ଠିକଣା । ହେଭିଓ୍ୱେଟଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ରାଜନେତା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳନେତାଙ୍କ କ୍ୟାମ୍ପ ବିହାରରେ ଲାଗିଛି । ଆଉ ସମସ୍ତେ ନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆଉ ୨ ଦିନ ପରେ ବିହାରବାସୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ବିହାର ଭୋଟ ଦେବ । ତେଣୁ ଭୋଟ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ଦଳ ଜୋରଦାର ପ୍ରଚାର କରୁଛନ୍ତି ।

Advertisment

କାଲି ଶେଷ ପ୍ରଚାର

ଆଜି ପ୍ରଧାନମନ୍ତ୍ରୀ ମୋଦୀ ଜନସଭା ଏବଂ ରୋଡସୋ କରି ବିରୋଧୀଙ୍କୁ ନିଶାନା କରିଥିବା ବେଳେ ବିଜେପିର ବଡ଼ ବଡ଼ ନେତା ବିଭିନ୍ନ ଅଞ୍ଚଳରେ ପ୍ରଚାରର ନେତୃତ୍ବ ନେଇଛନ୍ତି । ବିରୋଧୀ ବି ନିଜ ରଣନୀତି ଅନୁସାରେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ବିହାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର । ଆଜିକୁ ଛାଡ଼ି ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ଆଉ ଗୋଟିଏ ଦିନ ବାକିଥିବା ବେଳେ ଏନଡିଏ ଏବଂ ମହାଠବନ୍ଧନର ତୁଙ୍ଗ ନେତାମାନେ ଧୂଆଁଧାର ପ୍ରଚାର ଚଳାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହର୍ସା ଓ କଟିହାରରେ ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଶିବହର ଚନ୍ଦୌଲି, ସୀତାମଢ଼ୀର ରାଗି ଓ ମଧୁବନର ଖୁଟୌନାରେ ରାଲି ଜାରି ରହିଛି । ସେହିପରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବାଙ୍କା, ଭାଗଲପୁର ଓ ମଧେପୁରା ଜିଲ୍ଲାରେ ପ୍ରଚାର କରୁଛନ୍ତି । 

ଲାଲୁଙ୍କ ଭବିଷ୍ୟବାଣୀ

ସେପଟେ ମହାଗଠବନ୍ଧନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ବିଭିନ୍ନ ଜନସଭାରେ ସାମିଲ ହୋଇ  ରୋଡ୍‌ ସୋ କରିଛନ୍ତି । ଆରଜେଡି ନେତା ତେଜସ୍ବୀ ଯାଦବ ପାଟନା, ଆରା, ବକ୍ସର ଓ ସାରନ ଜିଲ୍ଲାରେ ପ୍ରଚାର କରୁଛନ୍ତି । ସେହିପରି ନିର୍ବାଚନ ପ୍ରଚାର ବେଳେ ବଡ଼ ଭବିଷ୍ୟବାଣୀ କରିଛନ୍ତି ଆରଜେଡି ମୁଖ୍ଯ ଲାଲୁ ପ୍ରସାଦ ଯାଦବ । କହିଛନ୍ତି- ଏଥର ସରକାର ବଦଳିବ, ତେଜସ୍ବୀ ଯାଦବ ହେବେ ନୂଆ ମୁଖ୍ଯମନ୍ତ୍ରୀ ।

ଆହୁରି ପଢନ୍ତୁ-

Yogi Target India Alliance: ଇଣ୍ଡିଆ ମେଣ୍ଟରେ ଅଛନ୍ତି ୩ ମାଙ୍କଡ: ପପୁ, ଟପୁ ଓ ଅପୁ: ଯୋଗୀ ଆଦିତ୍ୟନାଥ

ଆହୁରି ପଢନ୍ତୁ-

Bihar Election 2025: ମଇଦାନରେ ରାଜନୈତିକ ପରିବାରର ମହିଳା ପ୍ରାର୍ଥୀ: ଆରଜେଡି-ଜେଡିୟୁ ରୁ ଆରମ୍ଭ କରି ବିଜେପି ପର୍ଯ୍ୟନ୍ତ ବ୍ୟାପିଛି ବଂଶବାଦ