ବିହାର ନିର୍ବାଚନ ତେଜସ୍ବୀଙ୍କ ପାଇଁ ୩ଟି ଶିକ୍ଷା

Advertisment
ଆରଜେଡି ବିଧାୟକ ତେଜସ୍ୱୀଙ୍କ ସହ ଲାଲୁଙ୍କ ଝିଅ ମିସାଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

Image Courtesy of Hindustan Times

ପାଟନା: ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ମହାମେଣ୍ଟ ବିହାର ନିର୍ବାଚନ ଲଢ଼ିଥିଲା। ତେଜସ୍ବୀଙ୍କ ନେତୃତ୍ବରେ ମହା‌ମେଣ୍ଟକୁ ୧୧୦ ଆସନ ମିଳିଥିବା ବେଳେ ଆର୍‌ଜେଡି ୭୫ ଆସନରେ ଜିତି ଏକକ ବୃହତ୍ତମ ଦଳ ହୋଇଛି। କିନ୍ତୁ ଚଳିତ ବିହାର ନିର୍ବାଚନ ଫଳାଫଳରୁ ତେଜସ୍ବୀଙ୍କ ପାଇଁ ୩ଟି ଶିକ୍ଷା ମିଳିଛି। ଏହି ୩ଟି ଶିକ୍ଷାରୁ ପ୍ରଥମଟି ହେଉଛି କ’ଣ କୁହାଯାଉଛି ତଥା କେଉଁ ଶବ୍ଦ ପ୍ର‌ୟୋଗ କରାଯାଉଛି ତାହା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ। ୧୯୯୫ ବିହାର ବିଧାନସଭା ନିର୍ବାଚନ ସମୟରେ ଲାଲୁ ପ୍ରସାଦ ଯାଦବ କୁର୍ମି-କୋଏରି ଜାତି ବିରୋଧରେ ଏକ ବିବାଦୀୟ ଟିପ୍ପଣୀ ରଖି ଯେଉଁ ଫଳ ଭୋଗିଥିଲେ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ତେଜସ୍ବୀ ଯାଦବଙ୍କର କିଛି ଟିପ୍ପଣୀ ମଧ୍ୟ ତାଙ୍କ ବିପକ୍ଷରେ ଯାଇଛି।

ପ୍ରଥମରେ ତେଜସ୍ବୀ ରୢାଲି ସମୟରେ ବିହାରରେ ଏକ ପ୍ରଭାବଶାଳୀ ରାଜପୁତ ଜାତି ବିରୋଧରେ ଏକ ଟିପ୍ପଣୀ ରଖିଥିଲେ। ବିଜେପି ଏହାକୁ ଏକ ପ୍ରସଙ୍ଗ କରିଥିଲା। ସେହିପରି ଅନ୍ୟ ଏକ ଟିପ୍ପଣୀ ରଖି ତେଜସ୍ବୀ ନୀତୀଶଙ୍କୁ ଜଣେ ବୃଦ୍ଧ ରାଜନେତା କହିଥିଲେ। ବହୁ ବରିଷ୍ଠ ନାଗରିକ ତେଜସ୍ବୀଙ୍କ ଏହି ଟିପ୍ପଣୀକୁ ଅଶୋଭନୀୟ ବୋଲି କହିଥିଲେ। ତେଜସ୍ବୀ ୩୧-ନୀତୀଶ ୬୯। ଏହି ସ୍ଲୋଗାନ ବିଭିନ୍ନ ରୢାଲିରେ ଶୁଣିବାକୁ ମିଳିଥିଲା। ପରେ ବୁଥ୍‌ ବାହୁଡ଼ା ମତରୁ ଜଣାପଡ଼ିଥିଲା ଯେ, ତେଜସ୍ବୀଙ୍କୁ ଅଧିକ ଯୁବନେତା ପସନ୍ଦ କରିଥିବାବେଳେ ନୀତୀଶଙ୍କୁ ଅଧିକ ବରିଷ୍ଠ ନାଗରିକ ପସନ୍ଦ କରିଛନ୍ତି। ଦ୍ବିତୀୟରେ ତେଜସ୍ବୀ ନିର୍ବାଚନ ପ୍ରଚାର ସମୟରେ ଲାଗିଥିବା ଆର୍‌ଜେଡି ପୋଷ୍ଟର୍‌ରେ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କ ଫଟୋ ରଖିନଥିଲେ। ଏହାକୁ ନେଇ ଅନେକ ଦଳୀୟ ସମର୍ଥକ ଅସନ୍ତୋଷ ପ୍ରକାଶ କରିଛନ୍ତି। ‌ତେଜସ୍ବୀଙ୍କ ପାଇଁ ଅନ୍ୟ ଏକ ସମସ୍ୟା ହେଲା ସେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମାସ ମାସ ଧରି ଜନ ସଂପର୍କରୁ ଦୂରେଇ ରହିଥିଲେ। ରାଜନୀତି ପାଇଁ ପୂରା ସମୟ ଦେଇପାରୁନଥିବା ତେଜସ୍ବୀ ବହୁଳ ବିଳମ୍ବରେ ତାଙ୍କର ରଣନୀତି କାର୍ଯ୍ୟକାରୀ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe