ପାଟନା: ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ଆସନ୍ତାକାଲି (୧୪ ତାରିଖ) ସକାଳ ୮ଟାରେ ଆରମ୍ଭ ହେବ। ରାଜ୍ୟର ୩୮ଟି ଜିଲ୍ଲାରେ ମୋଟ୍ ୪୬ଟି ଗଣତି କେନ୍ଦ୍ରରେ ଭୋଟ ଗଣନା ହେବାକୁ ଥିବାବେଳେ ୨୬୧୬ ପ୍ରାର୍ଥୀଙ୍କ ଭାଗ୍ୟ ଶୁକ୍ରବାର ନିର୍ଦ୍ଧାରିତ ହେବ। ବିହାରରେ ୨୪୩ ଆସନ ପାଇଁ ନଭେମ୍ବର ୬ ଏବଂ ୧୧ରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ନିର୍ବାଚନ କମିସନ କହିଛନ୍ତି, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ପ୍ରାର୍ଥୀଙ୍କ ଦ୍ବାରା ମୁତୟନ ପ୍ରତିନିଧିଙ୍କ ଉପସ୍ଥିତିରେ ସମସ୍ତ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବ।
ଉଲ୍ଲେଖଯୋଗ୍ୟ, ବିହାରରେ ଏନ୍ଡିଏ ମେଣ୍ଟରେ ବିଜେପି ଏବଂ ଜେଡିୟୁ ସମେତ ମୋଟ୍ ୫ଟି ଦଳ ଅଛନ୍ତି। ଅନ୍ୟପକ୍ଷରେ ମହାମେଣ୍ଟ (ଇଣ୍ଡିମେଣ୍ଟ)ରେ ଆର୍ଜେଡି, କଂଗ୍ରେସ, ସିପିଆଇଏମ୍ଏଲ, ଅନ୍ୟ ବାମ ଦଳ ଏବଂ ବିକାଶଶୀଳ ଇନ୍ସାନ୍ ପାର୍ଟି (ଭିଆଇପି) ରହିଛି। ବିହାର ନିର୍ବାଚନ ଫଳ ସହିତ ଶୁକ୍ରବା୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ମଧ୍ୟ ଘୋଷଣା ହେବ।
Follow Us