ବିହାର ନିର୍ବାଚନ: ମତଦାନ ଆରମ୍ଭରୁ ଭୋଟରଙ୍କୁ ଏହି ଅପିଲ କଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

Advertisment
ବିହାର ନିର୍ବାଚନ: ମତଦାନ ଆରମ୍ଭରୁ ଭୋଟରଙ୍କୁ ଏହି ଅପିଲ କଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

India Today

ପାଟନା: ଆଜି ବିହାରରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ହେବ। ୨.୮୬ କୋଟିରୁ ଅଧିକ ଭୋଟର ୧୪୬୩ ପ୍ରାର୍ଥୀଙ୍କ ଭାଗ୍ୟଫଳ ନିର୍ଦ୍ଧାରଣ କରିବେ। ୧୪୬୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୩୧୬ ଜଣ ପୁରୁଷ, ୧୪୬ ଜଣ ମହିଳା ଏବଂ ଜଣେ କିନ୍ନର ଅଛନ୍ତି। ତେବେ ମତଦାନ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ କରି ବିହାରବାସୀଙ୍କୁ ବିପୁଳ ସଂଖ୍ୟାରେ ମତଦାନ କରିବାକୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଲେଖିଛନ୍ତି, "ଆଜି ବିହାର ବିଧାନସଭା ନିର୍ବାଚନର ​​ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ | ସମସ୍ତ ଭୋଟରଙ୍କୁ ମୋର ନିବେଦନ ଯେ ସେମାନେ ବହୁ ସଂଖ୍ୟାରେ ଭୋଟ୍ ଦେଇ ଗଣତନ୍ତ୍ରର ଏହି ଉତ୍ସବକୁ ସଫଳ କରନ୍ତୁ | ଏହି ସମୟରେ, ସାମାଜିକ ଦୂରତା ଅନୁସରଣ କରିବା ସହିତ ଏକ ମାସ୍କ ପିନ୍ଧନ୍ତୁ" |

ସେହିଭଳି ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଟ୍ୱିଟରେ କହିଛନ୍ତି ଯେ, "ପ୍ରତ୍ୟେକ ବିହାରବାସୀଙ୍କ ମୂଲ୍ୟବାନ ଭୋଟ୍ ରାଜ୍ୟକୁ ଲୁଟ୍ ଏବଂ ଅପରାଧର ଅନ୍ଧକାର ଯୁଗରୁ ବାହାର କରି ଆଣିଛି ଏବଂ ବିକାଶ ତଥା ସୁଶାସନର ସୁବର୍ଣ୍ଣ ପଥରେ ଆଣିଛି। ଆଜି ମୁଁ ଦ୍ୱିତୀୟ ପର୍ଯ୍ୟାୟର ସମସ୍ତ ଭୋଟରଙ୍କୁ ନିବେଦନ କରୁଛି ଯେ ରାଜ୍ୟରେ ଶାନ୍ତି, ସମୃଦ୍ଧତା ଏବଂ ପ୍ରଗତି ବଜାୟ ରଖିବା ପାଇଁ ଅଧିକ ସଂଖ୍ୟାରେ ଭୋଟ୍ ଦେଇ ଗଣତନ୍ତ୍ରକୁ ମଜବୁତ କରନ୍ତୁ"।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe