ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ୫୪.୪୪% ମତଦାନ

Advertisment

ରୢାଲିରେ ନୀତୀଶଙ୍କ ଉପରକୁ ପିଆଜ ଓ ପଥର ଫିଙ୍ଗିଲେ

ରୢାଲିରେ ନୀତୀଶଙ୍କ ଉପରକୁ ପିଆଜ ଓ ପଥର ଫିଙ୍ଗିଲେ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ୫୪.୪୪% ମତଦାନ

Times of India

ପାଟନା : ବିହାରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଶେଷ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ସମସ୍ତ କୋଭିଡ୍‌ ନିୟମର ଅନୁପାଳନ କରି ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି ବୋଲି ନିର୍ବାଚନ କମିସନ୍‌ କହିଛନ୍ତି। ଆଜି ୫୪.୪୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଦ୍ବିତୀୟ ପର୍ଯ୍ୟାୟରେ ୯୪ ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ, ଆର୍‌ଜେଡି ନେତା ତେଜସ୍ବୀ ଯାଦବ, ଏଲ୍‌ଜେପି ସଭାପତି ଚିରାଗ୍‌ ପାଶ୍ବାନ୍‌ ସେମାନଙ୍କ ନିଜ ନିଜ ବୁଥ୍‌ରେ ଆଜି ଭୋଟ୍‌ ଦେଇଛନ୍ତି। ଆଜିର ନିର୍ବାଚନରେ ଆର୍‌ଜେଡି ନେତା ତଥା ମହାମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବଙ୍କ ସମେତ ୧୪୫୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନା ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ଆଜି ସକାଳ ୭ଟାରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭୋଟିଂ ସମୟ ଘଣ୍ଟ‌ାଏ ବୃଦ୍ଧି କରାଯାଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାତାଙ୍କ ସଂଖ୍ୟା ଥିଲା ୨.୮୫ କୋଟି। ୧ ଲକ୍ଷ ୯୦ ହଜାର ଅଧିକାରୀ ଆଜିର ଭୋଟିଂ ପ୍ରକ୍ରିୟାରେ ସମ୍ପୃକ୍ତ ଥିଲେ। ୯୩୨ ପୋଲିଂ ବୁଥ୍‌ ମହିଳାଙ୍କ ଦ୍ବାରା ପରିଚାଳିତ ହୋଇଛି।

ରୢାଲିରେ ନୀତୀଶଙ୍କ ଉପରକୁ ପିଆଜ ଓ ପଥର ଫିଙ୍ଗିଲେ
ମଧୁବନୀ: ବିହାରର ମଧୁବନୀରେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ପିଆଜ ଓ ପଥର ମାଡ଼ ହୋଇଛି। ନୀତୀଶ ମଧୁବନୀର ହରଲାଖିରେ ଉଦ୍‌ବୋଧନ ଦେଉଥିବା ବେଳେ ତାଙ୍କ ଉପରକୁ ପିଆଜ ଓ ପଥର ମାଡ଼ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ନୀତୀଶ ନିଯୁକ୍ତି ଦେବା ବିଷୟରେ କହୁଥିବା ବେଳେ ତାଙ୍କ ଉପରକୁ ହଠାତ୍‌ ଭିଡ଼ ମଧ୍ୟରୁ କେହି ପିଆଜ ଓ ପଥର ଫିଙ୍ଗିବା ଆରମ୍ଭ କରିଥିଲା। କ୍ରୋଧାନ୍ବିତ ନୀତୀଶ କୁମାର କହିଥିଲେ ‌ଯେ‌ତେ ଯାହା ଫିଙ୍ଗୁଛ ଫିଙ୍ଗ, ଆମକୁ କେହି ଦୁର୍ବଳ କରିପାରିବେ ନାହିଁ। ତେବେ ନୀତୀଶଙ୍କ ଶରୀରରେ କୌଣସି ଆଘାତ ଲାଗିନଥିବା ଜଣାପଡ଼ିଛି। ତାଙ୍କ ଶରୀରରେ ପିଆଜ କିମ୍ବା ପଥର ମାଡ଼ ହେବା ପୂର୍ବରୁ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷା ଦେଇଥିଲେ। ତେବେ ଆକ୍ରମଣକାରୀ ପୁଲିସ ହାତରେ ଧରା ପଡ଼ିଥିଲେ ମଧ୍ୟ ନୀତୀଶ ତାଙ୍କ ପ୍ରତି ଧ୍ୟାନ ନଦେଇ ତାଙ୍କୁ ଛାଡ଼ି ଦେବାପାଇଁ କହିଥିଲେ। ଏହି ଘଟଣାକୁ ନେଇ ସଭାସ୍ଥଳରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe