ସରିଲା ବିହାର ନିର୍ବାଚନ: ୫୬.୧୨% ମତଦାନ, ୧୦ରେ ଫଳାଫଳ

ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ପୁଡ଼ୁଚେରି ଓ ତାମିଲନାଡ଼ୁରେ ମୋଦୀ, ଆସାମରେ ଶାହ, ପଶ୍ଚମବଙ୍ଗରେ ନଡ୍ଡା

Skymet Weather

ପାଟନ‌ା: ବିହାରରେ ଆଜି ନିର୍ବାଚନ ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ ସନ୍ଧ୍ୟା ୬ଟା ସୁଦ୍ଧା ୫୬.୧୨ ପ୍ରତିଶତ ଭୋଟ୍‌ ଗ୍ରହଣ ହୋଇଛି। ୧୯ ଜିଲ୍ଲାର ୭୮ ବିଧାନସଭା ଆସନରେ ଆଜି ଭୋଟ୍‌ ଗ୍ରହଣ ହୋଇଛି। ମୋଟ୍‌ ୧୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍‌ ବାକ୍ସରେ ବନ୍ଦ ରହିଛି। ବାଲ୍ମିକୀ ନଗର ଲୋକସଭା ଆସନରେ ମଧ୍ୟ ଆଜି ଉପନିର୍ବାଚନ ହୋଇଛି। ଜେଡିୟୁ ସାଂସଦ ବ‌ୈଦ୍ୟନାଥ ମାହାତୋଙ୍କ ମୃତ୍ୟୁ ପରେ ବାଲ୍ମିକୀ ନଗର ଆସନରେ ଉପନିର୍ବାଚନ ଆବଶ୍ୟକ ପଡ଼ିଥିଲା। ଆସନ୍ତା ୧୦ ତାରିଖ ମଙ୍ଗଳବାର ଦିନ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ।

ଶେଷ ପର୍ଯ୍ୟାୟରେ ନିର୍ବାଚନ ଲଢ଼ିଥିବା କେତେକ ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି ବିଜେପିର ନିରଜ କୁମାର ସିଂହ ଯିଏ କି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟ ଭାଇ। କଂଗ୍ରେସର ବିହାରୀଗଂଜ ପ୍ରାର୍ଥ୍ରୀ ସୁଭାଶିନୀ ଯାଦବ ଯିଏ କି ପୂର୍ବତନ ‌କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ଝିଅ ଏବଂ ଜେଡିୟୁର ସରାଇରଂଜନ ପ୍ରାର୍ଥୀ ବିଜୟ କୁମାର ଚୌଧୁରୀ ଆଜି ଶେ‌ଷ ପର୍ଯ୍ୟାୟରେ ପ୍ରାର୍ଥୀ ଥିଲେ। ବାଚସ୍ପତିଙ୍କ ସମେତ ରାଜ୍ୟ କ୍ୟାବିନେଟ୍‌ର ୧୨ ଜଣ ସଦସ୍ୟ ଉକ୍ତ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ନିର୍ବାଚନ କମିସନ୍‌ କହିଛନ୍ତି ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମ୍ପର୍ଣ୍ଣ ହୋଇଛି। କୌଣସି ପ୍ରକାର ହିଂସା ଉପୁଜିନାହିଁ ବୋଲି କମିସନ୍‌ କହିଛନ୍ତି। ବିହାରରେ କାଁ ଭାଁ ନିର୍ବାଚନୀ ହିଂସା ସତ୍ତ୍ବେ ଏହା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିଲା ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe