ନଭେମ୍ବର ୫ରୁ ୧୫ ମଧ୍ୟରେ ହୋଇପାରେ ବିହାର ନିର୍ବାଚନ

ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ହୋଇପାରେ। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଆସନ୍ତା ସପ୍ତାହରେ ବିହାର ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ।

election comission sfsf

ନୂଆଦିଲ୍ଲୀ: ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ହୋଇପାରେ। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଆସନ୍ତା ସପ୍ତାହରେ ବିହାର ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ଏହାପରେ ‌ସେପ୍ଟେମ୍ବର ୩୦ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେବ। ନିର୍ବାଚନ କମିସନ୍‌ ଉକ୍ତ ତାରିଖ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବେ। 

ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନକୁ ନେଇ ବିବାଦ ଲାଗି ରହିଛି। ଚିଠା‌ ଭୋଟର ତାଲିକାରୁ ୬୫ ଲକ୍ଷ ନାଁ ବାଦ୍‌ ପଡ଼ିଛି।  ଏହିପ୍ରସଙ୍ଗରେ ଇଣ୍ଡି ମେଣ୍ଟ ନିର୍ବାଚନ କମିସନ୍‌ଙ୍କୁ ଟାର୍ଗେଟ୍‌ କରିଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ଚେତାଇ ଦେଇଛନ୍ତି ଯେ କୌଣସି ବେଆଇନ କାର୍ଯ୍ୟ ପରିଲକ୍ଷିତ ହେଲେ ସମଗ୍ର ପ୍ରକ୍ରିୟାକୁ ରଦ୍ଦ କରିଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe