ବିହାର ନିର୍ବାଚନ: ତେଜସ୍ବୀଙ୍କ ବଡ଼ ପ୍ରତିଶ୍ରୁତି, ସମସ୍ତ ପରିବାରକୁ ସରକାରୀ ଚାକିରି

ବିହାର ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟକ୍ରମ ଏବେ ଜୋରଦାର ହୋଇଛି।  ଆର୍‌ଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ତେଜସ୍ବୀ ଯାଦବ ଆଜି ବିହାର ବାସିନ୍ଦାଙ୍କ ପାଇଁ ଏକ ବଡ଼ ଘୋଷଣା କରି କହିଛନ୍ତି,  ଯଦି ବିରୋଧୀ ମେଣ୍ଟ କ୍ଷମତାକୁ ଆସେ....

1Tejashwi-Rahul

1Tejashwi-Rahul

ପାଟନା: ବିହାର ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟକ୍ରମ ଏବେ ଜୋରଦାର ହୋଇଛି।  ଆର୍‌ଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ତେଜସ୍ବୀ ଯାଦବ ଆଜି ବିହାର ବାସିନ୍ଦାଙ୍କ ପାଇଁ ଏକ ବଡ଼ ଘୋଷଣା କରି କହିଛନ୍ତି,  ଯଦି ବିରୋଧୀ ମେଣ୍ଟ କ୍ଷମତାକୁ ଆସେ ତେବେ ରାଜ୍ୟରେ ପ୍ରତି ପରିବାରରୁ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ। ଏହା କାର୍ଯ୍ୟକାରୀ କରିବାପାଇଁ ସରକାର ଗଠନ ହେବାର ମାତ୍ର ୨୦ ଦିନ ମଧ୍ୟରେ ଆଇନ ଆସିବ ବୋଲି ସେ କହିଛନ୍ତି।  ବିହାରରେ କୌଣସି ବି ଘର ବିନା ଚାକିରିରେ ରହିବନି ବୋଲି ତେଜସ୍ବୀ ପ୍ରତିଶ୍ରୁତି ଦେଇଛନ୍ତି। ତେଜସ୍ବୀ କହିଛନ୍ତି, ଏନ୍‌ଡିଏ ସହଯୋଗୀ ଜେଡିୟୁ ଏବଂ ବିଜେପି ଚାକିରି ପ୍ରତିଶ୍ରୁତି ଦେଉନାହାନ୍ତି ବରଂ ସେମାନେ ବେକାରୀ ଭତ୍ତା ଦେଉଛନ୍ତି। ପ୍ରତି ବିହାର ପରିବାର ଯେଉଁଠି କେହି ସରକାରୀ ଚାକିରି ପାଇନଥିବେ ସେମାନେ ନୂଆ ଆଇନ ଦ୍ବାରା ସରକାରୀ ଚାକିରି ପାଇପାରିବେ।  ସରକାର ଗଠନ କରିବାର ୨୦ ଦିନ ମଧ୍ୟରେ ଆମେ ଏକ  ଆଇନ ଆଣିବୁ ଏବଂ ୨୦ ମାସ ମଧ୍ୟରେ ଆମେ ନିଶ୍ଚିତ କରିବୁ ଯେ ବିହାରରେ ଏମିତି କୌଣସି ଘର ନଥିବ ଯେଉଁଠାରେ ଜଣେ ସରକାରୀ ଚାକିରି କରିନଥିବେ।  ତେଜସ୍ବୀ କହିଛନ୍ତି, ବିହାରର ଲୋକମାନେ ଚଳିତ ଥର ପରିବର୍ତ୍ତନ ଚାହାନ୍ତି। ସାମାଜିକ ନ୍ୟାୟ ସହିତ ଆମେ ବିହାରର ଲୋକଙ୍କ ପାଇଁ ଆର୍ଥିକ ନ୍ୟାୟ ମଧ୍ୟ ସୁନିଶ୍ଚିତ କରିବୁ। ଏହା କେବଳ ମହାମେଣ୍ଟ ସରକାରରେ ସମ୍ଭବ ହୋଇପାରିବ। ଏଥିପାଇଁ ଇଚ୍ଛାଶକ୍ତି ଦରକାର ବୋଲି ସେ କହିଛନ୍ତି।   ବିହାର ନିର୍ବାଚନ ପାଇଁ ଏବେ ଏନ୍‌ଡିଏ ଏବଂ ଇଣ୍ଡି ମେଣ୍ଟ ଆସନ ବୁଝାମଣା ଚୂଡ଼ାନ୍ତ କରବା ପାଇଁ କସରତ ଜାରି ରଖିଛନ୍ତି। ତେବେ ନିଯୁକ୍ତିକୁ ନେଇ ତେଜସ୍ବୀଙ୍କ ଏହି ଘୋଷଣା ଇଣ୍ଡି ମେଣ୍ଟ ପାଇଁ ମାଷ୍ଟର୍‌ ଷ୍ଟ୍ରୋକ୍‌ ସାବ୍ୟସ୍ତ ହୋଇପାରେ ବୋଲି ଅନେକ ମତ ଦେଉଛନ୍ତି। 

ଏଆଇ ଜେନେରେ‌ଟେଡ୍‌ ଭିଡିଓ ବ୍ୟବହାର ନିଷିଦ୍ଧ: ଇସି
ନୂଆଦିଲ୍ଲୀ:  ନିର୍ବା‌ଚନ ସମୟରେ ଏଆଇ ଜେନେରେଟେଡ୍‌ ଭିଡିଓ ବ୍ୟବହାର ଉପରେ ନିର୍ବାଚନ କମିସନ କଡ଼ା କଟକଣା ଲଗାଇଛନ୍ତି। କମିସନ୍‌ ନିର୍ବାଚନରେ ଏଆଇ ଜେନେରେଟେଡ୍‌ ଭିଡିଓକୁ ନିଷିଦ୍ଧ କରି କହିଛନ୍ତି, କୌଣସି ବି ପ୍ରାର୍ଥୀ ତାଙ୍କର ପ୍ରତିଦ୍ବନ୍ଦ୍ବୀଙ୍କ ବିରୋଧରେ କୌଣସି ପ୍ରକାର  ଏଆଇ ଭିଡିଓ ବ୍ୟବହାର କରିପାରିବେନି। ସମସ୍ତ ପ୍ରାର୍ଥୀଙ୍କ ପାଇଁ ନିର୍ଦ୍ଦେଶ ବାଧ୍ୟତାମୂଳକ ବୋଲି କମିସନ କହିଛନ୍ତି।  ଉଲ୍ଲେଖଯୋଗ୍ୟ, ନଭେମ୍ବର ୬ ତାରିଖରେ ବିହାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଏବଂ ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ରହିଛି। ନଭେମ୍ବର ୧୪ ତାରିଖରେ ନିର୍ବାଚନ ଫଳାଫଳ ଆସିବ। ଇସି କହିଛନ୍ତି,  ଏଆଇ ଜେନେରେଟେଡ୍‌ ଭିଡିଓ ନିଷିଦ୍ଧ କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜନୈତିକ ପ୍ରଚାରରେ କୃତ୍ରିମ ବୁଦ୍ଧିମତ୍ତାର ଅପବ୍ୟବହାର ରୋକିବା ଏବଂ ଏକ ମୁକ୍ତ ଓ ଅବାଧ ନିର୍ବାଚନ ସୁନିଶ୍ଚିତ କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe