ବିହାର ନିର୍ବାଚନ: ୨୦୧୦ ଫର୍ମୁଲାରେ ଏନ୍‌ଡିଏର ଆସନ ବୁଝାମଣା ଚୂଡ଼ାନ୍ତ ହେବ

୩ ଅକ୍ଟୋବର ସୁଦ୍ଧା ପ୍ରାର୍ଥୀଙ୍କ ନାମ ଘୋଷଣା

ବିହାର ନିର୍ବାଚନ: ୨୦୧୦ ଫର୍ମୁଲାରେ ଏନ୍‌ଡିଏର ଆସନ ବୁଝାମଣା ଚୂଡ଼ାନ୍ତ ହେବ

Ampinity News

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ୨୦୧୦ ଫର୍ମୁଲାରେ ଆସନ ବୁଝାମଣା ଚୂଡ଼ାନ୍ତ କରିବା ପାଇଁ ସ୍ଥିର କରିଛି। ବିଜେପି ଏବଂ ଜେଡିୟୁ ଏଥିପାଇଁ ସହମତି ପ୍ରକାଶ କରିଥିବାରୁ ୩୦ ସେପ୍‌ଟେମ୍ବରରୁ ୩ ଅକ୍ଟୋବର ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡ଼ିଛି । ୨୦୧୦ରେ ଜେଡିୟୁ ୧୪୧ ଏବଂ ବିଜେପି ୧୦୨ ଆସନରେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ଜେଡିୟୁ ୧୧୫ ଏବଂ ବିଜେପି ୯୧ ଆସନରେ ବିଜୟ ହାସଲ କରିଥିଲା। ଏହି ସମୟରେ ଲାଲୁ ଯାଦବଙ୍କ ଦଳ ଆର୍‌ଜେଡି କେବଳ ୨୨ ଆନରେ ସୀମିତ ରହିଥିଲା।

ଆସନ ବୁଝାମଣା ପ୍ରକ୍ରିୟା ସୁରୁଖୁରୁରେ ସଂପୂର୍ଣ୍ଣ କରିବା ପାଇଁ ଏଦେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାମାନେ ମନ୍ଥନ ଆରମ୍ଭ କରିଦେଇଛନ୍ତି। ବିହାର ବିଜେପି ପ୍ରଭାରୀ ଭୂପେନ୍ଦ୍ର ଯାଦବ ଏ ବାବଦରେ ରଣନୀତି ଚୂଡ଼ାନ୍ତ କରୁଥିବା ଜଣାପଡ଼ିଛି। ୨୦୧୫ ବିଧାନସଭା ନିର୍ବାଚନରେ ୫୬ ଆସନକୁ ନେଇ ବିଜେପି-ଜେଡିୟୁ ମଧ୍ୟରେ ଯେଉଁ କନ୍ଦଳ ଉପୁଜିଥିଲା ଏଥର ତାହାକୁ ଏଡ଼ାଇବା ପାଇଁ ୨୦୧୦ ଫର୍ମୁଲାକୁ ଗ୍ରହଣ କରାଯାଇଛି। ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଏବଂ ବିହାର ବିଜେପି ନେତା ସୁଶିଲ ମୋଦୀ ମଧ୍ୟ ଏ ନେଇ ଆଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe