ଏଟିଏମ୍‌ କ୍ୟାସ୍‌ ଭ୍ୟାନ୍‌ରୁ ୧୦୦ ପେଟି ମଦ ଜବତ; ୨ ଚୋରା ମଦ ଚାଲାଣକାରୀ ଗିରଫ

Advertisment
ଏଟିଏମ୍‌ କ୍ୟାସ୍‌ ଭ୍ୟାନ୍‌ରୁ ୧୦୦ ପେଟି ମଦ ଜବତ; ୨ ଚୋରା ମଦ ଚାଲାଣକାରୀ ଗିରଫ

ପାଟନା (ବିହାର): ସମଗ୍ର ବିହାରରେ ମଦ ବିକ୍ରୟ ଓ ମଦ୍ୟପାନ ଉପରେ ସରକାରଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଆଜି ଏଟିଏମ୍‌କୁ କାଉଣ୍ଟରକୁ ଟଙ୍କା ନେଇ ଯାଉଥିବା ଏକ କ୍ୟାସ୍‌ ଭ୍ୟାନ୍‌ ମଧ୍ୟରୁ ବିହାର ଅବକାରୀ ବିଭାଗ ୧୦୦ ପେଟି ମଦ ବୋତଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିବା ଘଟଣା ସମଗ୍ର ବିହାରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏଟିଏମ୍‌ କାଉଣ୍ଟରକୁ ଟଙ୍କା ନେଇ ଯିବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଏକ କ୍ୟାସ୍‌ଭ୍ୟାନ୍‌ ବୋକାରରୁ ମୁଜାଫରପୁର ଅଭିମୁଖେ ଯାଉଥିଲା। ତେବେ, ସଂପୃକ୍ତ କ୍ୟାସ୍‌ ଭ୍ୟାନ୍‌ରେ ଟଙ୍କା ପରିବର୍ତ୍ତେ ମଦ ଚୋରାଚାଲାଣ ହେଉଥିବା ସଂପର୍କରେ କେତେକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ସଂପୃକ୍ତ ଭ୍ୟାନ୍‌ ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ କାଳରେ ପୁଲିସ୍‌ ଓ ଅବକାରୀ ବିଭାଗ ଅଧିକାରୀମାନେ ଭ୍ୟାନ୍‌ ଭିତରୁ ୧୦୦ ପେଟି ଚୋରା ମଦ ଜବତ କରିବା ସହ ୨ ଜଣ ଚୋରା ମଦ ଚାଲାଣକାରୀଙ୍କୁ ଗିରଫ କରିଥିଲେ। ତେବେ, ମଦ ଚୋରା ଚାଲାଣରେ ସଂପୃକ୍ତ ଥିବା କ୍ୟାସ୍‌ ଭ୍ୟାନ୍‌ଟି କେଉଁ ବ୍ୟାଙ୍କ୍‌ର ତାହା ଜଣାପଡ଼ି ନାହିଁ।


ତେଣୁ, ପୁଲିସ୍‌ କ୍ୟାସ୍‌ ଭ୍ୟାନ୍‌କୁ ଜବତ କରିବା ସହ ଭ୍ୟାନ୍‌ଟି କେଉଁ ବ୍ୟାଙ୍କର ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe