ନୂତନବର୍ଷରେ ଲାଲୁଙ୍କୁ ଏଭଳି କଥା କହି ଶୁଭେଚ୍ଛା ଜଣାଇଲେ ରାବଡ଼ି ଦେବୀ

ନୂଆ ବର୍ଷ ଅବସରରେ ରାବଡ଼ି ତାଙ୍କ ସ୍ୱାମୀ ଲାଲୁ ଯାଦବଙ୍କୁ ଗୋଲାପ ଫୁଲ ଦେବା ସମୟର ଏକ ଫଟୋ ସେୟାର କରି ପୋଷ୍ଟରେ ଲେଖିଛନ୍ତି, 'ମୋର ପ୍ରିୟ ସାହେବଙ୍କୁ ନୂଆ ବର୍ଷର ଶୁଭେଚ୍ଛା'।

sdf


ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ଗତବୁଧବାର ତାଙ୍କ ଜନ୍ମଦିନ ପାଳନ କରିଛନ୍ତି।  ଏଥିସହିତ ନୂଆ ବର୍ଷ ଅବସରରେ ରାବଡ଼ି ତାଙ୍କ ସ୍ୱାମୀ ଲାଲୁ ଯାଦବଙ୍କୁ ଗୋଲାପ ଫୁଲ ଦେଇ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ।
 ସେ ସମୟର ଏକ ଫଟୋ ମଧ୍ୟ ରାବଡ଼ି ଦେବୀ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି, 'ମୋର ପ୍ରିୟ ସାହେବଙ୍କୁ ନୂଆ ବର୍ଷର ଶୁଭେଚ୍ଛା' ।

ରାଷ୍ଟ୍ରିୟ ଜନତା ଦଳର ସଭାପତି ଲାଲୁ ଯାଦବ ମଧ୍ୟ ତାଙ୍କ ପତ୍ନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାବଡ଼ି ଦେବୀଙ୍କ ଜନ୍ମ ୧୯୫୫ ମସିହାରେ ଗୋପାଳଗଞ୍ଜରେ ହୋଇଥିଲା।

ଅଧିକପଢ଼ନ୍ତୁ:ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ

ରାଷ୍ଟ୍ରିୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ବହୁ ଚର୍ଚ୍ଚିତ ଚାରା ଦୁର୍ନୀତି ମାମଲାରେ ଯେତେବେଳେ ଜେଲ ଯିବାକୁ ପଡିଥିଲା ସେ ସମୟରେ ରାବଡ଼ି ଦେବୀଙ୍କୁ  ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ପଡ଼ିଥିଲା। ରାବଡ଼ି ଦେବୀ ୧୯୯୭ ମସିହା  ଜୁଲାଇ ୨୫ରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିଜ କାନ୍ଧକୁ ନେଇଥିଲେ।

ଅଧିକପଢ଼ନ୍ତୁ:୪ ଭାରତୀୟଙ୍କ ନାମ ତାଲିକାରେ ଯୋଡ଼ି ହେଲା ମନୁଙ୍କ ନାଁ: ପାଇବେ ଖେଳ ରତ୍ନ

ସ୍ୱାମୀ ରାବଡ଼ି ଦେବୀ ତିନି ଥର ମୁଖ୍ୟମନ୍ତ୍ରୀ ଭାବରେ କାମ କରିଥିଲେ। ୨୦୦୫ ବିଧାନସଭା ନିର୍ବାଚନରେ ରାବଡ଼ି ଦେବୀ ବୈଶାଲିର ରାଘୋପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe