ବିହାରୀ ଝିଅଠାରେ କରୋନାଭାଇରସ୍‌ ଲକ୍ଷଣ, ଡାକ୍ତରଖାନାରେ ଭର୍ତ୍ତି

Advertisment
ବିହାରୀ ଝିଅଠାରେ କରୋନାଭାଇରସ୍‌ ଲକ୍ଷଣ, ଡାକ୍ତରଖାନାରେ ଭର୍ତ୍ତି

Image Source: Hindustan Times

ନୂଆଦିଲ୍ଲୀ: ଚୀନ୍‌ରୁ ଫେରିଥିବା ବିହାର ରାଜ୍ୟ ଅନ୍ତର୍ଗତ ଛାପ୍ରା ଅଞ୍ଚଳର ଜଣେ ଝିଅଠାରେ କରୋନାଭାଇରସ୍‌ ଲକ୍ଷଣ ଦେଖା ଦେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପାଟନା ମେଡିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ର ଅଧୀକ୍ଷକ କହିଛନ୍ତି: ଦ୍ରୁତ ବେଗରେ ବ୍ୟାପୀ ଯାଉଥିବା କରୋନାଭାଇରସ୍‌ ସଂକ୍ରମଣ ଭଳି ଲକ୍ଷଣ ଦେଖାଯିବାରୁ ଚୀନ୍‌ରୁ ଫେରିଥିବା ବିହାର ରାଜ୍ୟର ଛାପ୍ରା ଅଞ୍ଚଳର ଜଣେ ଝିଅକୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ସେ ପାଟନା ଯାଉଛି ଏବଂ ପାଟନା ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି ହେବ।

ଚୀନ୍‌ରୁ ଫେରିଥିବା ରାଜସ୍ଥାନର ଜଣେ ଡାକ୍ତର ମଧ୍ୟ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି ବୋଲି ସନ୍ଦେହ ହୋଇଛି। ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପୁଣେସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲଜିକୁ ପଠାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।

publive-image Image Source: The Quint

ରବିବାର ସୁଦ୍ଧା ୧୩୭ ବିମାନର ୨୯, ୭୦୦ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲେ ବି କାହାରି ଠାରେ କରୋନାଭାଇରସ୍‌ ସଂକ୍ରମଣ ହୋଇଥିବା ଜଣାପଡ଼ିନାହିଁ ବୋଲି ରବିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

ଏହାଛଡ଼ା କେରଳ ଓ ମହାରାଷ୍ଟ୍ରର ଶତାଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ଦୃଷ୍ଟି ରଖାଯାଇଛି। ସେମାନଙ୍କ ଦେହରେ କରୋନାଭାଇରସ୍‌ ସଂକ୍ରମଣ ହେବାର ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ନ ପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe