ଅସୁସ୍ଥ ଲାଲୁଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ଦେଲେନି ନୀତୀଶ, ଦିଲ୍ଲୀ ଗଲେ ଟ୍ରେନ୍‌ରେ

ନୂଆଦିଲ୍ଲୀ ଏଆଇଆଇଏମ୍‌ଏସ୍‌ରେ ହେବେ ଚିକିତ୍ସିତ ଲାଲୁ

ଅସୁସ୍ଥ ଲାଲୁଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ଦେଲେନି ନୀତୀଶ, ଦିଲ୍ଲୀ ଗଲେ ଟ୍ରେନ୍‌ରେ

INS

ରାଞ୍ଚି: ସଂପ୍ରତି ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କୁ ଚିକିତ୍ସା ପାଇଁ ନୂଆଦିଲ୍ଲୀସ୍ଥିତ ଏଆଇଆଇଏମ୍‌ଏସ୍‌କୁ ବିମାନରେ ଯାତ୍ରା କରିବା ପାଇଁ ବିହାର ସରକାର ଅନୁମତି ନଦେବା ଘଟଣାକୁ କେନ୍ଦ୍ରକରି ଏବେ ଦେଶବ୍ୟାପି ଚର୍ଚ୍ଚା ଆରମ୍ଭ ହୋଇଛି। ବିମାନ ଯାତ୍ରା ପାଇଁ ବିହାର ସରକାରଙ୍କ ଠାରୁ ଅନୁମତି ନମିଳିବା ପରେ ଅସୁସ୍ଥ ଲାଲୁ ଅବଶେଷରେ ଟିକେଟ କରି ବୁଧବାର ସନ୍ଧ୍ୟାରେ ରାଜଧାନୀ ଏକ୍ସପ୍ରେସ୍‌ ଯୋଗେ ରାଞ୍ଚିରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଲାଲୁଙ୍କ ସ୍ୱାସ୍ଥାବସ୍ଥା ସଂପର୍କିତ ସମସ୍ତ ଡାକ୍ତରୀ ରିପୋର୍ଟର ଯାଞ୍ଚ କଲାପରେ ସିବିଆଇ ଅଦାଲତ ଚିକିତ୍ସା ନିମନ୍ତେ ଲାଲୁଙ୍କୁ ନୂଆଦିଲ୍ଲୀସ୍ଥିତ ଏଆଇଆଇଏମ୍‌ଏସ୍‌କୁ ସ୍ଥାନାନ୍ତର କରିବା ପାଇଁ ଗତ ମଙ୍ଗଳବାର ଅନୁମତି ପ୍ରଦାନ କରିଥିଲେ।

ପରେ, ଚିକିତ୍ସା ପାଇଁ ନୂଆଦିଲ୍ଲୀସ୍ଥିତ ଏଆଇଆଇଏମ୍‌ଏସ୍‌କୁ ବିମାନ ଯାତ୍ରା ପାଇଁ ଲାଲୁଙ୍କୁ ଅନୁମତି ପ୍ରଦାନ କରିବାକୁ ଲାଲୁଙ୍କ ଓକିଲ ପ୍ରଭାତ କୁମାର ବିହାର ସରକାରଙ୍କୁ ଅନୁମତି ମାଗିଥିଲେ। ହେଲେ, ବିହାର ସରକାର ଲାଲୁଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ଦେଇ ନଥିଲେ।
ପ୍ରସଙ୍ଗକ୍ରମେ ଉଲ୍ଖେଯୋଗ୍ୟ, ଉଲ୍ଲେଖଯୋଗ୍ୟ ଚାରା ଦୁର୍ନୀତି ସଂପର୍କରେ ଆଗତ ୪ଟି ଭିନ୍ନ ଭିନ୍ନ ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ୭୦ ବର୍ଷ ବୟସ୍କ ଲାଲୁ ଗତବର୍ଷ ଡିସେମ୍ବର ୨୩ ତାରିଖ ଠାରୁ ରାଞ୍ଚି ଜେଲରେ ଅଛନ୍ତି।

ତେବେ, ଜେଲରେ ବନ୍ଦୀଥିବା ଲାଲୁ ଗତ ମାର୍ଚ୍ଚ ୧୭ ତାରିଖରେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଆଣି ଚିକିତ୍ସିତ କରାଯାଉଥିଲା। ତେବେ, ସେଠାରେ ଲାଲୁଙ୍କ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏଆଇଆଇଏମ୍‌ଏସ୍‌କୁ ସ୍ଥାନାନ୍ତର କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ପରେ, ସିବିଆଇ ଅଦାଲତ ମଧ୍ୟ ଦୁଇଟି ଡାକ୍ତରୀଟିମ୍‌ ଗଠନ କରି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ଡାକ୍ତରୀଟିମ୍‌ ମଧ୍ୟ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରି ତାଙ୍କୁ ଚିକିତ୍ସା ନୂଆଦିଲ୍ଲୀସ୍ଥିତ ଏଆଇଆଇଏମ୍‌ଏସ୍‌କୁ ସ୍ଥାନାନ୍ତର କରିବାର ଆବଶ୍ୟକତା ରହିଛି ବୋଲି ଜଣାଇବା ପରେ ସିବିଆଇ ଅଦାଲତ ଲାଲୁଙ୍କୁ ନୂଆଦିଲ୍ଲୀ ଯିବା ପାଇଁ ଅନୁମତି ଦେଇଥିଲେ।

ହେଲେ, ଅସୁସ୍ଥ ଲାଲୁଙ୍କୁ ବିମାନରେ ଦିଲ୍ଲୀ ଯାତ୍ରା ପାଇଁ ବିହାରର ନୀତୀଶ ସରକାର ଅନୁମତି ହେଲେ ନାହିଁ। ଏଘଟଣାରେ, ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା, ନୀତୀଶଙ୍କ ତୀବ୍ର ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe