Image Source: Hindustan Times
ପାଟନା: ଜିନ୍ସ୍ ଓ ଟି-ସାର୍ଟ ପିନ୍ଧି ନ ଆସିବାକୁ ରାଜ୍ୟ ସଚିବାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ବିହାର ସରକାର ଆଦେଶ ଦେଇଛନ୍ତି। ଆଦେଶନାମାରେ ଉଲ୍ଲେଖ ଅଛି ଯେ ଅନେକ କର୍ମଚାରୀ ଅନୁପଯୁକ୍ତ ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସୁଛନ୍ତି। ଏଥର କର୍ମଚାରୀମାନେ ଶାଳୀନ ଓ ପାରମ୍ପରିକ ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସିବା ଉଚିତ।
ରାଜ୍ୟ ସରକାରଙ୍କର ଜିଏଡିର ଅତିରକ୍ତ ସଚିବ ଶିବ ମହାଦେବ ପ୍ରସାଦ ଏହି ଆଦେଶନାମା ଜାରି କରିଛନ୍ତି। ଆଦେଶରେ କୁହାଯାଇଛି: ଅଫିସ ସଂସ୍କୃତି ପାଇଁ ଅନୁପଯୁକ୍ତ ପୋଷାକ ପିନ୍ଧି କର୍ମଚାରୀମାନେ ଆସୁଥିବା ଦେଖା ଯାଉଛି। ଏହା ଅଫିସ ପରମ୍ପରାର ବିରୁଦ୍ଧାଚରଣ କରୁଛି।
Image Source: NDTVରାଜ୍ୟ ରାଜଧାନୀ ପାଟନାରେ ନିଯୁକ୍ତ ସାଧାରଣ ପ୍ରଶାସନ ବିଭାଗର କର୍ମଚାରୀମାନେ ଜିନ୍ସ୍ ଏବଂ ଟି-ସାର୍ଟ ନ ପିନ୍ଧନ୍ତୁ। ଅଫିସ୍କୁ ଆସିବା ବେଳେ ସେମାନେ ଗାମ୍ଭିର୍ଯ୍ୟ ରଙ୍ଗର ମର୍ଯ୍ୟାଦାଯୁକ୍ତ, ଆରାମଦାୟକ, ସମାଜରେ ଗ୍ରହଣୀୟ ଏବଂ ଋତୁକାଳୀନ ପୋଷାକ ପିନ୍ଧି ଆସିବା ଉଚିତ। ଅର୍ଥାତ୍ ପୋଷାକ ସୁନ୍ଦର, ସାବଲୀଳ, ସରଳ, ସମ୍ଭ୍ରମ ପୋଷାକ ପିନ୍ଧିବା ଉଚିତ ବୋଲି ଆଦେଶନାମାରେ କୁହାଯାଇଛି।
ଏହି ଆଦେଶନାମା କେବଳ ସାଧାରଣ ପ୍ରଶାସନ ବିଭାଗ ପାଇଁ ନା, ସମଗ୍ର ସଚିବାଳୟ ପାଇଁ ସେ ସଂକ୍ରାନ୍ତରେ ସଚିବାଳୟର କର୍ମଚାରୀମାନେ ଆଶ୍ଚର୍ଯ୍ୟଚକିତ ହୋଇ ଆଲୋଚନା କରିଥିଲେ। କିନ୍ତୁ, ଏହା କେବଳ ସାଧାରଣ ପ୍ରଶାସନ ବିଭାଗ ନିମନ୍ତେ ବୋଲି ସେଠାକାର ଜଣେ କର୍ମଚାରୀ ସ୍ପଷ୍ଟ କରିଥିଲେ।
Follow Us