ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିସ କଲେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର

Advertisment
ବିହାର ଜଳୁଥିବାବେଳେ ନୀତୀଶ ଚୁପ କାହିଁକି ?

The Week

ପାଟ୍‌ନା: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ମଙ୍ଗଳବାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର। ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ପରିବାରର ସହମତି କ୍ରମେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଇଛି। ପୂର୍ବରୁ ସୁଶାନ୍ତଙ୍କ ବାପା କେକେ ସିଂହ ଘଟଣାର ସିବିଆଇ ଦତନ୍ତ କରିବାକୁ ଦାବି କରିଥିଲେ। ପରିବାରର ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିର୍ଣ୍ଣୟ ନେଇଥିବା ଜାଣିବାକୁ ମିଳିଛି।

ସୁ‌ଶାନ୍ତଙ୍କ ବାପା ରାଜ୍ୟ ପୁଲିସ୍‌ ମୁଖ୍ୟଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ ଦାବି କରିବା ପରେ ମାମଲା ନୂଅ‌ା ମୋଡ଼ ନେଇଥିଲା। ବିହାର ଡିଜିପି କେକେ ସିଂହଙ୍କୁ ମାମଲାର ସିବିଆଇ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାର ଡିଜିପିଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆଇ ତଦନ୍ତ ସକାଶେ ଆବଶ୍ୟକୀୟ ସମସ୍ତ ଔପଚାରିକତା ପୂରା କରିବାକୁ କହିଛନ୍ତି।

publive-image India TV News

ସୁଶାନ୍ତଙ୍କ ବାପା  କେକେ ସିଂହ କୁମାରଙ୍କୁ ଭେଟି ମଧ୍ୟ ଘଟଣାର ସିବିଆଇ ତଦନ୍ତ ପାଇଁ ନିବେଦନ କରିଥିଲେ। ଏହା ପୂର୍ବରୁ ଘଟଣାର ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ଆଗତ ହୋଇଥିଲା। ଏହାର ଶୁଣାଣି ମଙ୍ଗଳବାର ହେବାର ଥିଲା। ମାତ୍ର ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଏହାକୁ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ର ନେତା ଚିରାଗ ପାଶୱାନ୍‌ ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe