ବାରାମୁଲା ଆକ୍ରମଣ: ସହିଦ ପରିବାରକୁ ୩୬ ଲକ୍ଷ ଲେଖାଁଁଏ ଅନୁକମ୍ପାମୂଳକ ରାଶି, ପରିବାରରୁ ଜଣକୁ ଚାକିରି ଦେବାକୁ ଘୋଷଣା କଲେ ବିହାର ସରକାର

Advertisment
ବାରାମୁଲା ଆକ୍ରମଣ: ସହିଦ ପରିବାରକୁ ୩୬ ଲକ୍ଷ ଲେଖାଁଁଏ ଅନୁକମ୍ପାମୂଳକ ରାଶି, ପରିବାରରୁ ଜଣକୁ ଚାକିରି ଦେବାକୁ ଘୋଷଣା କଲେ ବିହାର ସରକାର

India Today

ପାଟ୍‌ନା: ଜମ୍ମୁ-କଶ୍ମୀରର ବାରାମୁଲାରେ ସୋମବାର ହୋଇଥିବା ଅ‌ତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଯବାନଙ୍କ ପରିବାର ସକାଶେ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସହିଦ ସିଆର୍‌ପିଏଫ୍‌ ଯବାନ ଖୁସିଁଦ୍‌ ଖାନ ଓ ଲବକୁଶ ଶର୍ମାଙ୍କ ପରିବାରବର୍ଗଙ୍କୁ ସରକାରଙ୍କ ତରଫରୁ ୩୬ ଲକ୍ଷ ଲେଖାଁଏ ଅର୍ଥ ରାଶି ଘୋଷଣା ହୋଇଛି। କେବଳ ସେତିକି ନୁହେଁ, ରାଜ୍ୟ ସରକାର ସହିଦ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୭ ତାରିଖରେ ଜମ୍ମୁ-କଶ୍ମୀର ପୁଲିସ୍‌ର ଦୁଇ ଜଣ ସିଆର୍‌ପିଏଫ୍‌ ଯବାନ ଏବଂ ଜଣେ ସ୍ୱତନ୍ତ୍ର ପୁଲିସ୍‌ ଅଧିକାରୀ (ଏସପିଓ) ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ। ଆତଙ୍କବାଦୀମାନେ ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର କ୍ରେରି ଅଞ୍ଚଳର ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷା ବଳ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା।

ସୁରକ୍ଷା ବଳ ସଙ୍ଗେ ସଙ୍ଗେ ସର୍ଚ ଅପରେସନ କରି ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିବା ସୂଚନା ରହିଛି। ଜମ୍ମୁ-କଶ୍ମୀର ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ନିହତ ହୋଇଥିବା ଦୁଇ ଆତଙ୍କବାଦୀ ହେଉଛନ୍ତି ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର। ସେମାନେ ଲସ୍କର-ଇ-ତୋଏବାର ଆତଙ୍କବାଦୀ ବୋଲି କଶ୍ମୀର ଆଇଜିପି ବିଜୟ କୁମାର ସ୍ପଷ୍ଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe