ବିହାରରେ ବିଷାକ୍ତ ମଦ ପିଇ ୧୬ ମୃତ

Advertisment
ନିଶା ନିବାରଣ କେନ୍ଦ୍ର ନାଁରେ ବେପାର

DNA India

ପାଟନା :  ବିଷାକ୍ତ ମଦ ପିଇ ବିହାରରେ ଗତ ୪୮ ଘଣ୍ଟାରେ ୧୬ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ଆଉ କେତେକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ବିଷାକ ମଦ ପିଇ ୧୬ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଏହା ସହିତ ଦୁଇଜଣ ଗାଁ ଚୌକିଦାରଙ୍କୁ ନିଲମ୍ବିତ କରାଯାଇଛି । ପୁଲିସ ଭୟରେ ମୃତକଙ୍କ ପରିବାର ଲୋକମାନେ ଗୋପନରେ ଶବସତ୍କାର କରିଥିବା ଜଣାଯାଇଛି । ଏହା ସହିତ ମୃତକମାନେ ମଦ୍ୟପାନ କରି ମୃତ୍ୟୁବରଣ କରି ନ ଥିବା ପରିବାର ଲୋକେ କହିଛନ୍ତି ।

ବିହାରରେ ଏପ୍ରିଲ ୨୦୧୬ରୁ ମଦ ବିକ୍ରି, ସେବନ ନିଷିଦ୍ଧ ହୋଇଥିବାବେଳେ ଲୋକମାନେ ବିଭିନ୍ନ ପ୍ରକାରର ଅପମିଶ୍ରିତ ମଦ ପିଇ ଅସୁସ୍ଥ ହୋଇପଡ଼ୁଛନ୍ତି । ସରକାରୀଭାବେ ମଦ ନିଷିଦ୍ଧ ହୋଇଥିଲେ ବି ରାଜ୍ୟରେ ବେଆଇନ ମଦାଭାଟି, ଚୋରା ଚାଲାଣ ଆଦି ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe