ବିହାର ନେତୃତ୍ବ ନେଇ ଏନ୍‌ଡିଏରେ ଫାଟ: ଅମିତ ଶାହଙ୍କ ମନ୍ତବ୍ୟର ଜବାବ ରଖିଲା ଜେଡିୟୁ

ବିହାରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ନେତୃତ୍ୱ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ମନ୍ତବ୍ୟକୁ ନେଇ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି । ନେତୃତ୍ବ‌କୁ ନେଇ ରାଜ୍ୟ ଏନ୍‌ଡିଏରେ ବଡ଼ ଧରଣର ମତଭେଦ ସାମନାକୁ ଆସିଛି।

amit shah

amit shah give reaction about cm candidate Photograph: (Twitter: @AmitShah)

ପାଟନା: ବିହାରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ନେତୃତ୍ୱ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ମନ୍ତବ୍ୟକୁ ନେଇ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି । ନେତୃତ୍ବ‌କୁ ନେଇ ରାଜ୍ୟ ଏନ୍‌ଡିଏରେ ବଡ଼ ଧରଣର ମତଭେଦ ସାମନାକୁ ଆସିଛି। ଶାହ  ଏକ ବୟାନରେ ନୀତୀଶ କୁମାରଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିବା ବେଳେ ଜେଡିୟୁ ଏହାର କଡ଼ା ପ୍ରତିକ୍ରିୟା ଦେଇ ନୀତୀଶଙ୍କୁ ଏନ୍‌ଡିଏର ଏକମାତ୍ର ନେତା ଭାବେ ବର୍ଣ୍ଣନା କରିଛି। ଏହି ଘଟଣା ବିହାରରେ ଆଗାମୀ ନିର୍ବାଚନ ପୂର୍ବରୁ ମେଣ୍ଟର ଅନ୍ତଃକଳହ ଓ ରାଜନୈତିକ ସମୀକରଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି।

ନିକଟରେ ଏକ ଜନସଭାରେ ଶାହ କହିଥିଲେ ଯେ, ‘ନୀତୀଶ କୁମାରଙ୍କ ଚେହେରା ବିହାର ଏନ୍‌ଡିଏରେ ଶେଷ ହେବାକୁ ଯାଉଛି’ ଏବଂ ‘ବିହାରରେ ଏନ୍‌ଡିଏର ଚେହେରା ନୀତୀଶ କୁମାର ନୁହନ୍ତି।’ ଏହି ବୟାନ ବିହାର ରାଜନୀତିରେ ଏକ ଝଟ୍‌କା ସୃଷ୍ଟି କରିଛି, କାରଣ ଏହା   ନୀତୀଶଙ୍କୁ ପଛରେ ରଖି ମେଣ୍ଟରେ ବିଜେପି ନିଜର ପ୍ରାଧାନ୍ୟ ବଢ଼ାଇବାର ସଙ୍କେତ ବୋଲି ବିଶ୍ଳେଷଣ କରାଯାଇଛି। ଏହା ବିହାରରେ ଆଗାମୀ ନିର୍ବାଚନ ପୂର୍ବରୁ ଏନ୍‌ଡିଏର ନେତୃତ୍ୱ ରଣନୀତିରେ ପରିବର୍ତ୍ତନର ସମ୍ଭାବନାକୁ ସୂଚାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅନେକ ଦଶନ୍ଧି ଧରି ରାଜ୍ୟ  ରାଜନୀତିରେ ଏକ ପ୍ରମୁଖ ଶକ୍ତି ଭାବେ ରହିଆସିଛନ୍ତି।  କିନ୍ତୁ ବିଜେପି ଓ ଜେଡିୟୁ ମଧ୍ୟରେ ନେତୃତ୍ୱ ଓ ଆସନ ବଣ୍ଟନ ନେଇ ଟଣାଓଟରା ଭିତରେ ଶାହ ନୀତୀଶଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି। 
ଶାହଙ୍କ ମନ୍ତବ୍ୟ ପରେ ଜେଡିୟୁ ତୁରନ୍ତ ପ୍ରତିକ୍ରିୟା ଦେଇ ନୀତୀଶ କୁମାରଙ୍କୁ ଏନ୍‌ଡିଏର ନିର୍ବିବାଦୀୟ ନେତା ବୋଲି ଘୋଷଣା କରିଛି। ଜେଡିୟୁର ଜାତୀୟ ମୁଖପାତ୍ର କେ.ସି. ତ୍ୟାଗୀ କହିଛନ୍ତି, ‘ନୀତୀଶ କୁମାର ବିହାର ଏନ୍‌ଡିଏର ଏକମାତ୍ର ନେତା। ଅମିତ ଶାହଙ୍କ ବୟାନ ଆମ ପାଇଁ କୌଣସି ପ୍ରଭାବ ରଖୁନାହିଁ।’ ଏହି ଦୃଢ଼ ପ୍ରତିକ୍ରିୟା ଜେଡିୟୁର ଏକତା ଓ ନୀତୀଶଙ୍କ ନେତୃତ୍ୱକୁ ସୁରକ୍ଷିତ ରଖିବାର ପ୍ରୟାସକୁ ଦର୍ଶାଉଛି। ଦଳ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏନ୍‌ଡିଏର ଲକ୍ଷ୍ୟ ଏକ ରହିବ ଏବଂ ନୀତୀଶଙ୍କ ନେତୃତ୍ୱରେ ମେଣ୍ଟ ଅଗ୍ରଗତି କରିବ। ଅନ୍ୟପକ୍ଷରେ ଶାହଙ୍କ ମନ୍ତବ୍ୟ ବିଜେପି ଓ ଜେଡିୟୁ ମଧ୍ୟରେ ଅନ୍ତର୍ନିହିତ ତିକ୍ତତାକୁ ପ୍ରକାଶ କରୁଛି। ଏହା ବିରୋଧୀ  ଆର୍‌ଜେଡି ପାଇଁ ଏକ ସୁଯୋଗ ସୃଷ୍ଟି କରିପାରେ ବୋଲି କେତେକ ରାଜନୈତିକ ବି‌ଶ୍ଳେଷକ ମତ ରଖିଛନ୍ତି।  ସୂଚନାଯୋଗ୍ୟ, ୭୪ ବର୍ଷ ବୟସରେ ନୀତୀଶ କୁମାରଙ୍କ ରାଜନୈତିକ ସ୍ଥିରତା ଓ ପ୍ରାସଙ୍ଗିକତା ଉପରେ ମଧ୍ୟ ଏବେ  ପ୍ରଶ୍ନ ଉଠୁଛି।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe