ବ୍ୟାଙ୍କ୍ ଭୁଲ୍‌ ହେତୁ ପ୍ରାପ୍ତ ୧.୬୦ ଲକ୍ଷ ଟଙ୍କାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାହାଯ୍ୟ କହି ଫେରାଇବାକୁ ନାରାଜ ବିହାର ବ୍ୟକ୍ତି

Advertisment
ବ୍ୟାଙ୍କ୍ ଭୁଲ୍‌ ହେତୁ ପ୍ରାପ୍ତ ୧.୬୦ ଲକ୍ଷ ଟଙ୍କାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାହାଯ୍ୟ କହି ଫେରାଇବାକୁ ନାରାଜ ବିହାର ବ୍ୟକ୍ତି

ପାଟନା: ବ୍ୟାଙ୍କ୍ ତ୍ରୁଟି ହେତୁ ବିହାର ଅନ୍ତର୍ଗତ ଖଗରିଆର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ୍‌ରେ ଜମା ହୋଇଯାଇଥିବା ୧.୬୧ ଲକ୍ଷ ଟଙ୍କାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରିତ ଆର୍ଥିକ ସହାୟତା କହି ଫେରସ୍ତ ଦେବାକୁ ନାରାଜ ହୋଇଛନ୍ତି।

ମାନସୀ ବ୍ଲକ୍‌ ଅନ୍ତର୍ଗତ ବଖ୍‌ତିୟାର୍‌ପୁରରେ ଥିବା ‘ଦକ୍ଷିଣ ଗ୍ରାମୀଣ ବ୍ୟାଙ୍କ୍‌’ ଶାଖାର ଜଣେ କର୍ମଚାରୀ ଭୁଲ୍‌କ୍ରମେ ଏହି ଟଙ୍କା ଜଣେ ଆକାଉଣ୍ଟ୍‌ଧାରୀଙ୍କ ଆକାଉଣ୍ଟ୍‌ରୁ ଅନ୍ୟଜଣଙ୍କ ଆକାଉଣ୍ଟ୍‌କୁ ଟ୍ରାନ୍‌ସ୍‌ଫର୍‌କରି ଦେଇଥିଲେ।

ରଣଜିତ କୁମାର ଦାସ ନାମକ ଉକ୍ତ ବ୍ୟକ୍ତି ତାଙ୍କ ଆକାଉଣ୍ଟ୍‌ରେ ଅତିରିକ୍ତ ୧,୬୦,୯୭୦ ଟଙ୍କା ଜମା ହୋଇଥିବା ଦେଖି ଆଚମ୍ବିତ ହୋଇଯାଇଥିଲେ। ଅଗତ୍ୟା ସେ ଜମା ଟଙ୍କାରୁ ଅଳ୍ପ ଅଳ୍ପ କରି ଉଠାଇବା ସହ ବହୁଳାଂଶ ଖର୍ଚ୍ଚ କରି ଦେଇଛନ୍ତି।

ତାଙ୍କର ଧାରଣା ହୋଇଥିଲା ଯେ, ସରକାରୀ ସହାୟତା ଭାବେ ଏହି ଅର୍ଥରାଶି ତାଙ୍କ ଆକାଉଣ୍ଟ୍‌ରେ ଜମା କରାଯାଇଛି ଏବଂ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାର ଅଂଶବିଶେଷ।

publive-image Image Courtesy of India.com

କିଛି ଦିନ ପରେ ଭୁଲ୍‌ ହୋଇଥିବା କଥା ଜାଣିବା ପରେ ବ୍ୟାଙ୍କ୍‌ କର୍ମଚାରୀମାନେ ରଣଜିତଙ୍କୁ ଟଙ୍କା ଫେରାଇବାକୁ କହିଲେ। କିନ୍ତୁ, ସେ ଅଡ଼ି ବସିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଏହି ଟଙ୍କା ଆର୍ଥିକ ସହାୟତା ଭାବେ ପଠାଇଛନ୍ତି। ତେଣୁ, ସେ ଟଙ୍କା ଫେରସ୍ତ ଦେବେ ନାହିଁ।

ଏହାପରେ ‘ଦକ୍ଷିଣ ଗ୍ରାମୀଣ ବ୍ୟାଙ୍କ୍’ କର୍ମଚାରୀ ରଣଜିତଙ୍କ ନାମରେ ନୋଟିସ୍‌ ଜାରି କଲେ। ତଥାପି ସେ ଟଙ୍କା ଫେରସ୍ତ ଦେବେ ନାହିଁ ବୋଲି କହିଲେ। ତେବେ ଯାଇ ବ୍ୟାଙ୍କ୍ ଶାଖା ପରିଚାଳକ ସତ୍ୟନାରାୟଣ ପ୍ରସାଦ ମାନସୀ ଥାନାରେ ରଣଜିତଙ୍କ ନାଁରେ ପୁଲିସ ଅଭିଯୋଗ ଦାଏର କଲେ।

publive-image Image Courtesy of India Today

ପୁଲିସ ଅବିଳମ୍ବେ ରଣଜିତଙ୍କୁ ଗିରଫ କରି ଖଗରିଆ ମଣ୍ଡଳ ଜେଲ୍‌କୁ ପଠାଇ ଦେଇଛି।

ପ୍ରାପ୍ତ ସୂଚନା ଅନୁସାରେ, ତାରାଦେବୀ ନାମ୍ନୀ ଜଣେ ୮୫ ବର୍ଷୀୟ ମହିଳାଙ୍କ ଆକାଉଣ୍ଟ୍‌ରୁ ଉକ୍ତ ଅର୍ଥରାଶି ଭୁଲ୍‌କ୍ରମେ ରଣଜିତ କୁମାର ଦାସଙ୍କ ଆକାଉଣ୍ଟ୍‌କୁ ଟ୍ରାନ୍‌ସ୍‌ଫର୍‌ ହୋଇଯାଇଥିଲା। ଆକାଉଣ୍ଟ୍‌ରେ ଟଙ୍କା ନ ଥିବା ଦେଖି ତାରାଦେବୀଙ୍କ ପରିବାର ଅଭିଯୋଗ କରିବାରୁ, ବ୍ୟାଙ୍କ୍‌ ମ୍ୟାନେଜର୍‌ ରଣଜିତଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe