Image Courtesy of Zee News
କଟିହାର: ଅଗ୍ନିବୀର ଯୋଜନା ‘କିନ୍ନର ସେନା’ ତିଆରି କରିବ ବୋଲି ଗୁରୁବାର ଦିନ ବିହାର ସମବାୟ ମନ୍ତ୍ରୀ ତଥା ‘ରାଷ୍ଟ୍ରୀୟ ଜନତା ଦଳ’ ନେତା ସୁରେନ୍ଦ୍ର ଯାଦବ କହି ବିବାଦର ସୂତ୍ରପାତ କରିଛନ୍ତି।
ଗଣମାଧ୍ୟମକୁ ସେ କହିଛନ୍ତି, ଏବେଠାରୁ ଠିକ୍ ୮.୫ ବର୍ଷ ପରେ ଦେଶ ‘କିନ୍ନରମାନଙ୍କ ସେନା’ରେ ଅନ୍ତର୍ଭୁକ୍ତ ହୋଇସାରିଥିବ ବୋଲି ମୁଁ କହୁଛି। ୮.୫ ବର୍ଷ ପରେ ଏବର ସେନା ଯବାନମାନେ ଅବସର ଗ୍ରହଣ କରିବେ। ସେମାନଙ୍କର ତାଲିମ ମଧ୍ୟ ଶେଷ ହୋଇ ନ ଥିବ।
ବିଶ୍ବରେ ଆମ ସେନା ସବୁଠୁ ଟାଣୁଆ ଥିବା ବେଳେ ଏ ଭଳି ନିଷ୍ପତ୍ତି କହିଁକି ଗ୍ରହଣ କରାଗଲା ବୋଲି ସେ ପଚାରିଛନ୍ତି। ସେ ପୁଣି କହିଛନ୍ତି ଯେ, ୨୫/୨୬ ବର୍ଷରେ ଅଗ୍ନିବୀର ଭାବେ ଯେଉଁମାନେ ଅବସର ଗ୍ରହଣ କରିବେ, ସେମାନଙ୍କୁ କେହି ବାହା ହେବେନାହିଁ।
Image Courtesy of ANIସେ କହିଛନ୍ତି, ସେମାନଙ୍କୁ (ଅଗ୍ନିବୀର) ୨୫/୨୬ ବର୍ଷ ହେଲେ ଲୋକେ ବିବାହ ପ୍ରସ୍ତବା ନେଇ ଆସିବେ। ସେମାନେ କହିବେ କ’ଣ? ମୁଁ ଜଣେ ଅବସରପ୍ରାପ୍ତ ଯବାନ? ସେମାନଙ୍କୁ କିଏ ବାହା ହେବ? ଏ ବୁଦ୍ଧି ଯିଏ ବାହାର କରିଛି ତାଙ୍କୁ ଫାଶୀ ଦେବା ଉଚିତ। କାରଣ ଏହାଠାରୁ କମ୍ ଶାସ୍ତି ତା’ପକ୍ଷେ ପ୍ରଯୁଜ୍ୟ ନୁହେଁ।
ସୂଚନାଯୋଗ୍ୟ, ଗତବର୍ଷ ଜୁନ୍ ୧୪ ତାରିଖରେ ଘୋଷିତ ଅଗ୍ନିପଥ ଯୋଜନାରେ ୩ ବାହିନୀ ୧୭ରୁ ୨୧ ବର୍ଷ ବୟସ ବର୍ଗର ଯୁବାମାନଙ୍କୁ ସେନାରେ ଭର୍ତ୍ତି ପାଇଁ ଚୟନ କରିବ। ସେ ସମସ୍ତଙ୍କୁ ୪ ବର୍ଷ ପାଇଁ ଚାକିରିରେ ରଖାଯିବ। କିନ୍ତୁ, ସେମାନଙ୍କ ମଧ୍ୟରୁ ୨୫%ଙ୍କ ପାଇଁ ଚାକିରିକାଳ ହେବ ୧୫ ବର୍ଷ। ବର୍ଷ ୨୦୨୨ ପାଇଁ ଅଗ୍ନିପଥ ଯୋଜନାରେ ଭର୍ତ୍ତି ପାଇଁ ସର୍ବାଧିକ ବୟସ ସୀମା ରଖାଯାଇଥିଲା ୨୩ ବର୍ଷ।
Follow Us