News Nation
ପାଟ୍ନା: ବିହାରର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କୁ ପୁଲିସ୍ ଚିହ୍ନି ନ ପାରି ତାଙ୍କ ପରିଚୟ ପତ୍ର ମାଗିବାରୁ ନିଜ ରାଗ ଉପରୁ ଆୟତ୍ତ ହରାଇ ମନ୍ତ୍ରୀ ଜଣକ ଏବେ ଚର୍ଚ୍ଚା ପାଲଟିଛନ୍ତି। ସିୱାନ ଜିଲ୍ଲାରେ ଜଣେ ପୁଲିସ୍ ଅଫିସର୍ ମନ୍ତ୍ରୀଙ୍କୁ ଚିହ୍ନି ନପାରି ତାଙ୍କ ପରିଚୟ ପତ୍ର ମାଗିଥିଲେ। ମନ୍ତ୍ରୀ ଜଣକ ନିଜର ଆଇଡି ପ୍ରୁଫ୍ ଦେଖାଇବା ପରିବର୍ତ୍ତେ ଓଲଟା ପୁଲିସ୍କୁ ଦୋଷଦେଇ ପାଟିତୁଣ୍ଡ କରିଥିଲେ।
ଜିଲ୍ଲାରେ ଏକ ହସ୍ପିଟାଲ୍ର ଭୂମିପୂଜା ଉତ୍ସବରେ ଯୋଗ ଦେବା ପାଇଁ ଶୁକ୍ରବାର ମନ୍ତ୍ରୀ ଜଣକ ଯାଉଥିବା ବେଳେ ତାଙ୍କ ସହ ଏପରି ଘଟିଥିଲା। ସେଠାରେ ଥିବା ଦେଖଣାହାରୀଙ୍କ କହିବା ମୁତାବକ ହସ୍ପିଟାଲ୍ର ଶିଳାନ୍ୟାସ ଉତ୍ସବ ପାଇଁ ରାସ୍ତା ଭିଡ଼ ରହୁଥିବା କାରଣରୁ ପୁଲିସ୍ ଅଧାବାଟରେ ଜଗି ତଦାରଖ କରୁଥିଲା। ସେହି ସମୟରେ ନିଜର ଅଙ୍ଗରକ୍ଷୀ ଓ ସମର୍ଥକଙ୍କୁ ନେଇ ମନ୍ତ୍ରୀ ଜଣକ ସେଠାରେ ପହଞ୍ଚିଲେ। ମନ୍ତ୍ରୀଙ୍କୁ ପୁଲିସ୍ ନଚିହ୍ନି ପାରିବା କାରଣରୁ ତାଙ୍କ ପରିଚୟ ପତ୍ର ଦେଖାଇବାକୁ କହିଥିଲା। ଏହି କଥାରେ ମନ୍ତ୍ରୀ ମଙ୍ଗଳ ପାଣ୍ଡେ ରାଗି ଉଠିଥିଲେ।
ମନ୍ତ୍ରୀ ଜଣକ ରାଗି ଯିବାକୁ ସେଠାରେ ଥିବା ଅନ୍ୟ ପୁଲିସ୍ମାନେ ବାଟ ସଫା କରି ମନ୍ତ୍ରୀଙ୍କୁ କ୍ଷମା ମାଗିବା ସହ ଶାନ୍ତ ହେବାକୁ କହିଥିଲେ। ମାତ୍ର ମନ୍ତ୍ରୀ ଜଣକ ଶାନ୍ତ ନ ହୋଇ ଏପରିି ପୁଲିସ୍କୁ କାହିଁକି ଡିୟୁଟିରେ ରଖା ହୋଇଛି ବୋଲି କହିବା ସହ ତାଙ୍କୁ ନିଲମ୍ବନ କରିବା କଥା ବି ଉଠାଇଥିଲେ।
ମନ୍ତ୍ରୀଙ୍କର ଏପରି କ୍ରେଧ ଦେଖି ବିରୋଧୀ ଦଳର ନେତା ତେଜ୍ବସୀ ଯାଦବ କୁହନ୍ତି କି, ଜଣେ ମନ୍ତ୍ରୀଙ୍କ ନିକଟରୁ ଏପରି ବ୍ୟବହାର ଆଶା କରାଯାଉନାହିଁ।
Follow Us