୨୦୧୯ ସାଧାରଣ ନିର୍ବାଚନ : ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ଜନମତ ସଂଗ୍ରହ !

Advertisment
୨୦୧୯ ସାଧାରଣ ନିର୍ବାଚନ : ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ଜନମତ ସଂଗ୍ରହ !

photo-dnaindia

ପାଟନା:୨୦୧୯ ସାଧାରଣ ନିର୍ବାଚନ ବିହାର ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ଜନମତ ସଂଗ୍ରହ ରୂପେ ଦେଖାଯାଉଛି। ଅବଶ୍ୟ ରାଷ୍ଟ୍ରୀୟ ସ୍ତରରେ ଲୋକସଭା ନିର୍ବାଚନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିରୋଧୀ ମେଣ୍ଟ ବିରୁଦ୍ଧରେ ଲଢେଇ ବୋଲି କୁହାଯାଉଛି। ଜେଡିୟୁ ନେତା ନୀତିଶ କୁମାର ୨୦୦୫ରୁ ଦୁଇ ଥର ନିଜର ମେଣ୍ଟ ବଦଳାଇ କ୍ଷମତାସୀନ ରହିଛନ୍ତି।

୨୦୧୩ରେ ଗୁଜୁରାଟର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯେତେବେଳେ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଲା, ସେତେବେଳେ ୨୦୧୪ରେ ନୀତିଶ କୁମାର ଏନଡିଏରୁ ଅଲଗା ହୋଇଯାଇଥିଲେ।

publive-image photo-oneindia

ତା’ପରେ ନୀତିଶ କୁମାର ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ସହିତ ମିଳିତ ସରକାର ଚଳାଇଥିଲେ। ଚାରି ବର୍ଷ ପରେ ପୁଣି ନୀତିଶ କୁମାର ଏନଡିଏକୁ ଫେରି ବିଜେପି ସହିତ ହାତ ମିଳାଇଥିଲେ। ଏଥର ଜେଡିୟୁ ଓ ବିଜେପିୀ ୧୭ଟି ଲେଖାଏଁ ଆସନରେ ଲୋକସଭା ନିର୍ବାଚନ ଲଢୁଛନ୍ତି। ଏଥର କ’ଣ ଏହି ମେଣ୍ଟରେ କି ନିର୍ବାଚନୀ ଫଳାଫଳ ହେଉଛି,ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe