କରୋନାରେ ସଂକ୍ରମିତ ହୋଇ ମେଡିକାଲ ଛାତ୍ରଙ୍କ ମୃତ୍ୟୁ, କିଛିଦିନ ପୂର୍ବରୁ ନେଇଥିଲେ ଟିକା

Advertisment
କରୋନାରେ ସଂକ୍ରମିତ ହୋଇ ମେଡିକାଲ ଛାତ୍ରଙ୍କ ମୃତ୍ୟୁ, କିଛିଦିନ ପୂର୍ବରୁ ନେଇଥିଲେ ଟିକା

The Indian Express

ନୂଆଦିଲ୍ଲୀ: ଦେଶରେ କରୋନା ଟିକା ଦିଆଯିବାର ଅଭିଯାନ ଜୋରସୋର ଚାଲିଛି। ଏହି କ୍ରମରେ ବିହାର ପଟନାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ମେଡିକାଲ କଲେଜ ଛାତ୍ର କ‌ରୋନା ସଂକ୍ରମିତ ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି।

ଏଭଳି ଏକ ଦୁଃଖଦ ଘଟଣା ନାଳନ୍ଦା ମେଡିକାଲ କଲେଜରେ ଘଟିଛି। ଏଠାରେ ଛାତ୍ର ଶୁଭେନ୍ଦୁଙ୍କ ଜୀବନ କ‌ରୋନା ମହାମାରୀ ହେତୁ ଚାଲି ଯାଇଛି। କେବଳ ଏତିକି ନୁହେଁ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୮ଜଣ ଛାତ୍ର ବି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କିଛିଦିନ ପୂର୍ବରୁ ଶୁଭେନ୍ଦୁ କୋ-ଭ୍ୟାକସିନର ପ୍ରଥମ ଡୋଜ ନେଇଥିଲେ। କିନ୍ତୁ ଦ୍ବିତୀୟ ଡୋଜ ନେଇ ପାରି ନଥିଲେ।

୨୩ବର୍ଷର ଶୁଭେନ୍ଦୁ ବେଗୁସରାଏ ଜିଲ୍ଲାର ଦହିୟା ଗ୍ରାମରେ ବସବାସ କରନ୍ତି। ସେ ଏନଏମସିଏଚର ଶେଷ ବର୍ଷର ଛାତ୍ର ଅଟନ୍ତି। ୨୦୧୬ରେ ଶୁଭେନ୍ଦୁ ଏମବିବିଏସ ପଢ଼ିବା ପାଇଁ ଭର୍ତ୍ତି ହୋଇଥିଲେ।

पटना के NMCH का है मामला (फाइल फोटो)

କୁହାଯାଉଛି କି, ଫେବ୍ରୁଆରି ୨୪ ତାରିଖରେ ଶୁଭେନ୍ଦୁଙ୍କୁ ହଠାତ କାଶ ଓ ଥଣ୍ଡା ହୋଇଥିଲା। ଏହାପ‌ରେ ସେ ଆରଟି-ପିସିଆର ପରୀକ୍ଷା କରାଇଥିଲେ। ପରୀକ୍ଷା କରିବା ପରେ ସେ ନିଜ ଗ୍ରାମକୁ ଚାଲି ଯାଇଥିଲେ। ଗତ ରବିବାର ଶୁଭେନ୍ଦୁଙ୍କ କରେନା ରିପୋର୍ଟ ପଜିଟିଭ ଆସିଥିଲା। ସୋମବାର ରାତିରେ ଶୁଭେନ୍ଦୁଙ୍କ ବେଗୁସରାଏରେ ମୃତ୍ୟୁ ହୋଇଯାଇଥିଲା।

ନାଳନ୍ଦା ମେଡିକାଲ କଲେଜ ନୋଡଲ ଅଧିକାରୀ ଡାକ୍ତର ଅଜୟଙ୍କ କହିବାନୁସାରେ, ଶୁଭେନ୍ଦୁ ଶେଷ ବର୍ଷର ଛାତ୍ର ଥିଲେ। ସେ କୋଭିଡ-୧୯ ଯାଞ୍ଚ କରିବା ପରେ  ନିଜ ଘରକୁ ଚାଲି ଯାଇଥିଲେ। ସରକାର ବି ଅନେକ ଥର କହି ରଖିଛନ୍ତି କି, ଯେପର୍ଯ୍ୟନ୍ତ ଟିକାର ଦ୍ବିତୀୟ ଡୋଜ ନଦିଆଯାଇଛି ସେ ପର୍ଯ୍ୟନ୍ତ କୋଭିଡ-୧୯ର ପ୍ରଥମ ଟିକା ଲାଭପ୍ରଦ ହେବନାହିଁ। ଶୁଭେନ୍ଦୁ କୋରାନା ଟିକାର ପ୍ରଥମ ଡୋଜ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe