NewsHunt
ମୁଜାଫରପୁର: ବିହାରରେ ପୁଲିିସ୍ କନେଷ୍ଟବଲ୍ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାରେ କପି କରିବା ଉଦ୍ଦେଶ୍ୟରେ ବ୍ଲୁଟୁଥ୍ ଜରିଆରେ ଇୟର ଫୋନ୍ ବ୍ୟବହାର କରିବା ଜନୈକ ପରୀକ୍ଷାର୍ଥୀଙ୍କ ପାଇଁ ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ସମସ୍ତଙ୍କ ନଜରକୁ ଏଡ଼େଇ ଯିବା ଓ ଧରା ନ ପଡ଼ିବା ପାଇଁ ପରୀକ୍ଷାର୍ଥୀ ଜଣକ ନିଜର ଦୁଇ କାନରେ ଦୁଇଟି ଖୁବ୍ ଛୋଟ ଛୋଟ ଇୟର ଫୋନ୍ ଗେଞ୍ଜିଥିଲେ ଏବଂ ଏହାକୁ ବ୍ଲୁଟୁଥ୍ରେ ସଂଯୋଗ କରି ଏହାରି ମାଧ୍ୟମରେ ପରୀକ୍ଷାରେ କପି କରୁଥିଲେ।
News Nationପ୍ରଥମରୁ ତ ସବୁକିଛି ଠିକ୍ଠାକ୍ ଚାଲିଥିଲା। ପରୀକ୍ଷାର୍ଥୀ ଜଣକ ମଧ୍ୟ ତାଙ୍କର ଅଭିନବ ଉପାୟକୁ ପ୍ରୟୋଗ କରି ନିର୍ଘାତ୍ କପି କରି ବେଶ୍ ଖୁସି ଥିଲେ। ହେଲେ, ପରୀକ୍ଷା ସରିବା ପାଇଁ ଆଉ ଅଳ୍ପ ସମୟ ରହିଥିଲା, ତାଙ୍କ ସହ ଘଟିିଲା ଏକ ଅଘଟଣ। କପି ଉଦ୍ଦେଶ୍ୟରେ ପରୀକ୍ଷାର୍ଥୀ ଜଣକ ନିଜ କାନରେ ଗେଞ୍ଜିଥିବା ଇୟର ଫୋନ୍ଟି ତାଙ୍କ କାନ ଗହ୍ଵର ମଧ୍ୟକୁ ପଶିଯାଇ ରହି ଯାଇଥିଲା। ଏ ଘଟଣାରେ ପରୀକ୍ଷାର୍ଥୀ ଜଣଙ୍କୁ ଖୁବ୍ ଯନ୍ତ୍ରଣା ହୋଇଥିଲା। ହେଲେ, ବିଡ଼ମ୍ବନା ନା ସେ କଥା କାହାରିକୁ ଜଣାଇପାରୁ ଥିଲେ, ନା ଏଥିରୁ ମୁକୁଳିବାର ବାଟ ପାଉଥିଲେ। ଯନ୍ତ୍ରଣାକୁ ସହ୍ୟ କରିଯାଇ ଚୁପ୍ଚାପ୍ ବସି ରହିବାକୁ ସେ ଚିନ୍ତା କରୁଥିବା ବେଳେ ତାଙ୍କର ଯନ୍ତ୍ରଣା ମାତ୍ରାଧିକ ଭାବେ ବଢ଼ି ଯାଇଥିଲା। ଶେଷରେ, ଯନ୍ତ୍ରଣାକୁ ସହ୍ୟ କରିବାରେ ଅସମର୍ଥ ହୋଇ ଚିତ୍କାର କରି ସେ ପରୀକ୍ଷା ହଲ୍ର ତଳେ ଗଡ଼ିବାରେ ଲାଗିଲେ।
ତାଙ୍କର ଏ ଅବସ୍ଥା ଦେଖି ପରୀକ୍ଷା ସଂଚାଳନ କରୁଥିବା ଅଧିକାରୀମାନେ ପ୍ରଥମେ କେହି କିଛି ବୁଝିପାରି ନଥିଲେ। ପରେ, ଘଟଣା ସଂପର୍କରେ ଜାଣିବା ପରେ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ମୁଜାଫରନଗର ଥାନା ଜିପ୍ରେ ବସାଇ ତାଙ୍କୁ ମୁଜାଫରପୁର ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତରମାନେ ଦୀର୍ଘ ଦୁଇଘଣ୍ଟା ପରିଶ୍ରମ କରି ଶେଷରେ ତାଙ୍କ କାନ ଭିତରୁ ଇୟର ଫୋନ୍କୁ ବାହାର କରିବାରେ ସମର୍ଥ ହୋଇଥିଲେ। ଏହି ଘଟଣା ଏବେ ବିହାରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୂରା ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
Follow Us